STORYMIRROR

Narayan Sethi

Children Stories Children

3  

Narayan Sethi

Children Stories Children

ଫେରି ଆସନ୍ତା କି ମୋ ପିଲା ଦିନ

ଫେରି ଆସନ୍ତା କି ମୋ ପିଲା ଦିନ

1 min
283

ବେଳେବେଳେ ମୋତେ ଅନୁଭବ ହୁଏ

ଛୋଟ ବେଳର ସେ ଦୁଷ୍ଟାମୀର ସମୟ

ବେଳେବେଳେ ମୋତେ ମନେ ପଡ଼ିଯାଏ

ମାଆର ପଣତରେ ରାଗ ରୁଷା ଆଉ ଅଝଟ ଅଭିମାନ

ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ....।।

ବେଳେବେଳେ ମୋତେ ମନେପଡୁଛି

ସାନ ଭଉଣୀ ସହିତ ବିନା କାରଣରେ 

ଥଟ୍ଟା ମଜା ଆଉ ହସ କାନ୍ଦର ପରିହାସ

ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ.....।।

କାଇଁ ଚାଲିଗଲା ସେ ପିଲା ଦିନ

ଆଜି ପୁଣି ଫେରନ୍ତା କି

ଆଜି ଇଚ୍ଛା ହେଉଛି ପୁଣି 

ଫେରିଯାଆନ୍ତି କି ସେ ମୋ ପିଲା ଦିନ........।।

ବେଳେବେଳେ ମନେ ପଡୁଛି

ବାଲି ଖେଳ ଆଉ ନଈ 

ପୋଖରୀର ଗାଧୁଆ ତୁଠ 

ପୁଣି ଫେରି ଆସନ୍ତା କି ମୋ ପିଲା ଦିନ........।।

ଆକାଶର ପକ୍ଷୀଟିଏ ପରି

ସ୍ୱାଧୀନ ଭାବରେ ଭାରି ବୁଲୁଥିଲି

ନା ଥିଲା ସଂସାର ମୋହ ମାୟାର ଜୀବନ

ଖାଲି ଥିଲା ସ୍ନେହ ଶ୍ରଦ୍ଧା ଆଉ ମମତାର ମନ

ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ......।।

ବାପାଙ୍କ ମିଛିମିଛକା ଶାସନ ଆଉ ଆକଟ

ଆଉ ବୋଉର ସ୍ନେହର ମିଠା ମିଠା ମାଡ଼

ସେଥିରେ ପୁଣି ଆହା କରି ଡାକି ଦିଏ ଆରେ ମୋ ଧନ

ଆଜି ଭାରି ମନେ ପଡୁଛି ମୋ ପିଲା ଦିନ

ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ.......।।

ଆଜି ମୋର ମନେ ପଡୁଛି ଭାରି ପିଲା ଦିନ

ସ୍କୁଲରେ ଶିକ୍ଷକଙ୍କ ନାଚ ଗୀତ ଢଙ୍ଗରେ

ଦେଇ ଆସୁଥିଲେ ସେ ଯୋଉ ଶିକ୍ଷା ଦାନ

ଭାରି ମନ ଛୁଆଁ ଲାଗୁଛି ସେ ପିଲା ଦିନ

ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍