ଫେରି ଆସନ୍ତା କି ମୋ ପିଲା ଦିନ
ଫେରି ଆସନ୍ତା କି ମୋ ପିଲା ଦିନ
ବେଳେବେଳେ ମୋତେ ଅନୁଭବ ହୁଏ
ଛୋଟ ବେଳର ସେ ଦୁଷ୍ଟାମୀର ସମୟ
ବେଳେବେଳେ ମୋତେ ମନେ ପଡ଼ିଯାଏ
ମାଆର ପଣତରେ ରାଗ ରୁଷା ଆଉ ଅଝଟ ଅଭିମାନ
ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ....।।
ବେଳେବେଳେ ମୋତେ ମନେପଡୁଛି
ସାନ ଭଉଣୀ ସହିତ ବିନା କାରଣରେ
ଥଟ୍ଟା ମଜା ଆଉ ହସ କାନ୍ଦର ପରିହାସ
ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ.....।।
କାଇଁ ଚାଲିଗଲା ସେ ପିଲା ଦିନ
ଆଜି ପୁଣି ଫେରନ୍ତା କି
ଆଜି ଇଚ୍ଛା ହେଉଛି ପୁଣି
ଫେରିଯାଆନ୍ତି କି ସେ ମୋ ପିଲା ଦିନ........।।
ବେଳେବେଳେ ମନେ ପଡୁଛି
ବାଲି ଖେଳ ଆଉ ନଈ
ପୋଖରୀର ଗାଧୁଆ ତୁଠ
ପୁଣି ଫେରି ଆସନ୍ତା କି ମୋ ପିଲା ଦିନ........।।
ଆକାଶର ପକ୍ଷୀଟିଏ ପରି
ସ୍ୱାଧୀନ ଭାବରେ ଭାରି ବୁଲୁଥିଲି
ନା ଥିଲା ସଂସାର ମୋହ ମାୟାର ଜୀବନ
ଖାଲି ଥିଲା ସ୍ନେହ ଶ୍ରଦ୍ଧା ଆଉ ମମତାର ମନ
ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ......।।
ବାପାଙ୍କ ମିଛିମିଛକା ଶାସନ ଆଉ ଆକଟ
ଆଉ ବୋଉର ସ୍ନେହର ମିଠା ମିଠା ମାଡ଼
ସେଥିରେ ପୁଣି ଆହା କରି ଡାକି ଦିଏ ଆରେ ମୋ ଧନ
ଆଜି ଭାରି ମନେ ପଡୁଛି ମୋ ପିଲା ଦିନ
ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ.......।।
ଆଜି ମୋର ମନେ ପଡୁଛି ଭାରି ପିଲା ଦିନ
ସ୍କୁଲରେ ଶିକ୍ଷକଙ୍କ ନାଚ ଗୀତ ଢଙ୍ଗରେ
ଦେଇ ଆସୁଥିଲେ ସେ ଯୋଉ ଶିକ୍ଷା ଦାନ
ଭାରି ମନ ଛୁଆଁ ଲାଗୁଛି ସେ ପିଲା ଦିନ
ପୁଣି ଫେରିଆସନ୍ତା କି ସେ ମୋ ପିଲା ଦିନ......।।
