STORYMIRROR

BANITA SAHU

Others

3  

BANITA SAHU

Others

ଫେରି ଆସ ବର୍ଷା ରାଣୀ

ଫେରି ଆସ ବର୍ଷା ରାଣୀ

1 min
233

ବରଷା ରାଣୀ ଗୋ

କେଉଁଠି ଲୁଚିଚ

ତୁମ ପଥକୁ

ଉନ୍ମଦନା ସହ

ଅପେକ୍ଷା କରିଚି।

ତୁମ ଆଗମନେ

ବୃକ୍ଷଲତା ସବୁ

ସବୁଜ ସୁନ୍ଦର ଭାବେ

ସ୍ବଜୀବ ହୋଇ ଗୋ

ହଜି ଯିବେ ବର୍ଷାରେ।

ଗୀଷ୍ମର ତାତିରେ

ସ୍ମୃତି ହୋଇ ତମେ

ବାଦଲର କଳା ମେଘେ

ବରଷା ଧାରରେ

ହଜି ଯାଏ ମନ।

ବରଷା ଧାରରେ

କାଗଜ ଡଙ୍ଗାରେ

ଖୋଲା ଆକାଶରେ ମୁଁ

ନିଜକୁ ହଜାଇ

ଖେଳେ ମୁଁ ସେଥିରେ।

କାହିଁ କେତେ ବର୍ଷ?

ଅପେକ୍ଷା କରିଛି

ଆସିବକି ସେ ଦିନ

ଖେଳିବି ମୁହିଁ

ସାଙ୍ଗ ସାଥି ହୋଇ।

ପିଲା ଦିନ କଥା

ଅତି ଆପଣାର

କଳାପାହାଡ ଦୃଶ୍ୟ ଦେଖି

ସବୁ ସ୍ମୃତି ମୋର

ସାଉଁଟି ଆସଇ।

ଅତି ଆନନ୍ଦରେ

କୃଷକ ଭାଇତ

ହଳ ଲଙ୍ଗଳକୁ ଧରି

ହଳିଆ ଗୀତ ଗାଇ

ମନ ଉଲ୍ଳାସରେ

ଖୁସିରେ ନାଚିଉଠେ।

ବେଙ୍ଗୁଲି ନାନୀ

ନାନା ଗୀତ ଗାଇ

ତୁମ ଆଗମନ କୁ ଚାହିଁ

ଫେରି ଆସ ବୋଲି

ଡାକଇ ତୁମକୁ।

ପ୍ରେମୀ ଯୁଗଳ ଦୁହେଁ

ଚାହିଁ ରହିଥାନ୍ତି

ବରଷା ରାଣୀ ସାଥେ

ବରଷା ଛିଟାରେ

ହଜି ଯିବା ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍