STORYMIRROR

Sachidananda Kar

Children Stories Comedy

3  

Sachidananda Kar

Children Stories Comedy

ଫବିତା ନୁହେଁ ଏ କବିତା

ଫବିତା ନୁହେଁ ଏ କବିତା

1 min
157


ଦିନେ ମୁଁ ବସିଲି   ନାତିଟାକୁ ମୋର

           ଶୁଣାଇବି ଗୋଟେ କବିତା

ନାତିଟା କହିଲା  ନାଇଁ ନାଇଁ ଜେଜେ

           ଶୁଣିବି ଆଜି ମୁଁ ଫବିତା ।।


କହିଲି ନାତିକି   ଆରେ ହେ ନାତିଆ

            ଇଏ ତ ଅଡ଼ୁଆ କଥାଟା

ହେଲା ଶୁଣ ପଛେ   କହିବୁନି ଶୁଣି

             ଘୂରିଗଲା ମୋର ମଥାଟା ।।


କୁକୁର ବିଲେଇ   ମଶା ମୂଷା ମାଛି

            ସାପ ବେଙ୍ଗ ଗୋଧି ନେଉଳ

ରୋହି ମିରିକାଳି   ଚିତଳ ଚିଙ୍ଗୁଡି

             କେରାଣ୍ଡି ବାଳିଆ ଶେଉଳ ।।


ଶାବଳ କୁରାଢି  କୋଦାଳ ଗଇନ୍ତି

             ଜୁଆଳି ବଳଦ ଲଙ୍ଗଳ

ଘାସ ଗଛ ଲତା   ମାଟି ଧୂଳି ବାଲି

             ପାହାଡ଼ ଝରଣା ଜଙ୍ଗଲ ।।


ବ୍ୟାଟ୍ ବଲ୍ ନେଟ୍   ପ୍ୟାଡ୍ ହେଲମେଟ୍

              ଅମ୍ପାୟାର୍ ଛକା ଚଉକା

ଶଗଡ଼ ମଟର    ସାଇକେଲ ରେଳ

             ବୋଇତ ଜାହାଜ ନଉକା ।।


ଆଳୁ ବାଇଗଣ   ସାରୁ କନ୍ଦମୂଳ

            ପୋଟଳ କଲରା କାଙ୍କଡ଼

ବାଘ ଭାଲୁ ହାତୀ   ଗଧ ଘୋଡ଼ା ଓଟ

            ବିଲୁଆ ଠେକୁଆ ମାଙ୍କଡ଼ ।।


ଗେଣ୍ଡୁ କନିଅର   ମନ୍ଦାର ଟଗର

             ଜୁଇ ଜାଇ ହେନା କୁରେଇ

କଡେଇ ତାଉଆ  ଥାଳି ଗିନା ଲୋଟା

             କଳସୀ ଗଗରା ସୁରେଇ ।।


ଆମ୍ବ ଜାମୁ ତାଳ    ପିଜୁଳି ସପୁରୀ

              ପଣସ କଦଳୀ ନଡ଼ିଆ

ହ୍ରଦ ସମୁଦର     ଗଡିଆ ପୋଖରୀ

            ନଈ ନାଳ ବିଲ ପଡିଆ ।।


କହି ସାରିଦେଲି   ପୁଣି ପଚାରିଲି

            ଶୁଣିଲୁ ତ ନାତି ଫବିତା

ନାତିଟା କହିଲା   ମଜା ଆସିଗଲା

            ଫବିତା ନୁହେଁ ଏ କବିତା ।।

     

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍