STORYMIRROR

Priyabrata Mohanty

Children Stories

4  

Priyabrata Mohanty

Children Stories

ପେଟ

ପେଟ

1 min
334

ମୁଣ୍ଡ କହେ ମୁଁ ଯେ ବଡ଼

        ଅସୀମ ଜ୍ଞାନର ଭଣ୍ଡାର,

ଆଖି କହେ ମୁଁ ତ ଶ୍ରେଷ୍ଠ

        ମୋ ବିନା ଜଗତ ଅନ୍ଧାର ।୧।


କାନ କହେ ମୁଁ ଯେ ବଡ଼

        ମୋ ବିନା ଶ୍ରବଣ ଦୁର୍ଲଭ,

ନାକ କହେ ମୁଁ ତ ଶ୍ରେଷ୍ଠ

        ମୋ ବିନା ଶ୍ୱାସ ଅସମ୍ଭବ ।୨।


ମୁଁହ କହେ ମୁଁ ଯେ ବଡ଼

        ମୋ ଯୋଗୁଁ ଖାଉତୁ ଆହାର,

ହାତ କହେ ମୁଁ ତ ଶ୍ରେଷ୍ଠ

        ମୋ ବିନା ଉଠେ ନାହିଁ ଭାର ।୩।


ଛାତି କହେ ମୁଁ ଯେ ବଡ଼

        ମୋ ଯୋଗୁଁ ଅଛି ତୁ ଜୀବିତ,

ଗୋଡ଼ କହେ ମୁଁ ତ ଶ୍ରେଷ୍ଠ

        ମୋ ବିନା ପଙ୍ଗୁ ଏ ଜଗତ ।୪।


ଭାବିକି ଥରେ କହିଲ ମୋତେ

        କିଏ ପ୍ରକୃତ ବଡ଼,

ଦିନ ରାତି ସେ ନ ବସି ଖଟେ

        କାହିଁକି ଅଛି ଜଡ଼ ।୫।


ଚାରି ପ୍ରହର ଜଳୁ ଯେ ଥାଏ

        ପାଚନ କ୍ରିୟା ପାଇଁ,

ଦେହରେ ଭରେ ଅମାପ ବଳ

        ବିଶ୍ରାମ ତାର ନାହିଁ ।୬।


ସୁଷମ ଖାଦ୍ୟ ଖାଇଲେ ସଦା

        ନିରୋଗୀ ହେବୁ ଭାଇ,

ଉଦର ଯତ୍ନ ନେବୁରେ ବାବୁ

        ସୁସ୍ଥ ଶରୀର ପାଇଁ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍