ପଦୁଁଅ ଫୁଲ
ପଦୁଁଅ ଫୁଲ
1 min
349
ପଦୁଁଅ ବଣରେ ଭଅଁର ଘର,
ଦୂର ରାଇଜରେ ରାଜ ନଅର।
ରାଜ ନଅରରେ ରାଜକୁମାରୀ,
ଦେଖିବାକୁ ସିଏ ଭାରି ସୁନ୍ଦରୀ।
ରୂପରେ ସୁନ୍ଦର କାମରେ ଖୁଣ,
ଗୁଣ ନଥିଲେ କି ହେବ ନିପୁଣ ।
ପଙ୍କରୁ ଜାତ ଯେ ପଦୁଁଅ ଫୁଲ,
ଜନ୍ମ ସ୍ଥାନ ନୁହଁ ଗୁଣରେ ଭଲ।
ପଦୁଁଅ ଫୁଲ ଯେ ସବୁରି ପ୍ରିୟ,
ଜାତୀୟ ଫୁଲ ସେ ଅଟଇ ଶ୍ରେୟ ।
ପଦୁଁଅ ଫୁଲର ରଙ୍ଗ ଲୋହିତ,
ମା ଲକ୍ଷ୍ମୀ ଙ୍କ ଠାରେ ହୁଏ ପୂଜିତ ।