STORYMIRROR

Satyabati Swain

Others

3  

Satyabati Swain

Others

ପଛ

ପଛ

1 min
298

ପଛ


କାନ୍ଥରେ ଝିଟିପିଟି

ପୋକଟି ଦ୍ରୁତ ଗତିରେ ପଳାଇବାର

ଅପାଚେଷ୍ଟା

ଭଙ୍ଗା ଡ୍ରେସିଂ ଟେବୁଲରେ ମୁହଁ

ଅଧାଜଳା ସିଗାରେଟ ଧୂଆଁ ମେଳେ

ଅଣନିଃଶ୍ଵାସୀ ଝିଅ।


ଇଚ୍ଛା ନଥାଇ ଦେହ ଦାନ

ଭୀଷ୍ମଙ୍କ ଶରଶଯ୍ୟା

ସ୍ବପ୍ନ ବାଟ ବଣା

ଆଶା କାଦମ୍ବରୀ

ଯଦୁବଂଶ ଧ୍ୱଂସ

ସତୀ ଛଳନାରେ ଅହଲ୍ୟା

ଅଭିଶାପ ଗ୍ରସ୍ତ।


ସୂର୍ଯ୍ୟ କଡ଼ ଲେଉଟାଉ ନାହାନ୍ତି

ମୁହଁ ମାଟି ପଡିଛନ୍ତି ପେଟେଇ

ଲଘୁଚାପ ଘର ଭିତରେ

ବୃଦ୍ଧା ମା ଆଖିରେ

ସାମୁଦ୍ରିକ ବୁଲ ବୁଲ

ତାଣ୍ଡବ ନୃତ୍ୟ କରୁଛି

ନବେ ବର୍ଷୀୟା ମା

ଚାନ୍ଦ ବାଲି ଅନ୍ଧାରରେ।


ସମୟ କାନ୍ଦୁଛି

କନ୍ଦାଉଛି

ଦୀର୍ଘଶ୍ଵାସ ଆହୁରି ଲମ୍ବା ହୋଇଯାଉଛି

କେତେବେଳେ କଦମ ଥମ

ସବୁ ଠପ୍

ନୀରବ ନିଶ୍ଚଳ

କିଛି ନେଉନି

ତୁମ ଅପ୍ରେମ

ପ୍ରତାରଣା

ଚାରି କାନ୍ଥ ପୃଥିବୀରେ

ଯେତେ ସବୁ ଠୁଳ

ତୁମ ଦିଆ ମାଡ଼ ଗାଳି

କି ପ୍ରେମ

ସବୁ ପଛ କରି

ଯାଉଛି ମୁଁ ତୁମକୁ ଛାତିରେ ସାଇତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍