STORYMIRROR

pratap nayak

Others

3  

pratap nayak

Others

ପଚାରନି ମୋର ପରିଚୟ

ପଚାରନି ମୋର ପରିଚୟ

1 min
560



କିଏ ଚିହ୍ନୁ କି ନ ଚିହ୍ନୁ

ମୁଁହଁରେ ମୁଖା ପିନ୍ଧି

କିନ୍ତୁ ନିଜକୁ ନିଜେ

ଚିହ୍ନେଇ ହବାକୁ ପଡେ!

କୋଉଠି ଝିଅଟିଏ ହୋଇ ତ

ପୁଣି କୋଉଠି ବୋହୁ କା'ର

କା'ର ପୁଣି ମା ହବାକୁ ପଡେ ଅନ୍ତଫାଡି

ତା' ପୂର୍ବରୁ ଅଣ୍ଟାରୁ ଖୋଷଣି ଫିଟେଇ

ଛାତିରୁ ଲୁଗା କାଢି

ଦୋଚାରୁଣୀ ବେଶ

ହଉପଛେ ଇଚ୍ଛା ବିରୁଦ୍ଧରେ

ଫୁଲରେ ସଜେଇ ବିଛଣା ଆଉ ନିଜକୁ

ନିଜ ମନ ପରିଚୟ ପାଏ

ବାରଙ୍ଗନା ଋପ

ସପନରେ ଆସି ନିଜକୁ ନିଜ ପରିଚୟ

ପଚାରିଲା ବେଳେ

ଭାଙ୍ଗି ଯାଆନ୍ତି ମୁଖା ସବୁ

ଛ'ଖଣ୍ଡ କାଠର ଖୋଜାପଡେ

ବିଧବା ଅବା ଅହ୍ୟସୁଲଖ୍ୟଣୀ ବେଶ

ଅହ୍ୟ ଡେଂଗୁରା ଅବା କଉଡି ଖଇରେ

ହୁତୁ ନିଆଁ ପଚାରେନା କାହା ପରିଚୟ

ଅଂଗାରର ହସ ଉଡେ ସେଠି

ମୁଁ କହି ପାରିବିନି

ନା ମୁଁ ଯମା କହି ପାରିବିନି ମୁଁ କିଏ

ପୁଣି ତୁମେ ବି

ଆଉ ପଚାରନି ମୋର ପରିଚୟ

ମୋର ପରିଚୟ


ପ୍ରତାପ ନାୟକ-7008054282


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍