STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ପଚାର

ପଚାର

1 min
245


ପଚାର ତୋ ହୃଦୟକୁ

ପଚାର ସେ ବାଦଲକୁ

ପଚାର ମାଲ୍ଲ୍ହାର ମେଘକୁ

ପଚାର ସେ ରିମ୍ ଝିମ୍ ପାଣି ଟୋପାକୁ

ପାହାଡର ସେ ଅଦୃଶ୍ୟ ଶକ୍ତିକୁ ପଚାର

ବିଜୁଳିର ଚମକକୁ ପଚାର

ପଚାର ସେ ଶ୍ରାବଣର ଅନ୍ଧାର ରାତିକୁ

ପୁଣି ପଚାର ଦୁକ୍ ଦୁକ୍ କରୁଥିବା ତୋ ଛାତିଭିତର ସେ ମାଂସାଳ କୋଠରୀଭିତର ସାରିକୁll


ସତେକଣ ମୁଁ ଭଲ ପାଇନି ମୋ ଜୀବନର କିଛି ମୁହୂର୍ତ୍ତବି ତତେ


ଜା ଜା ତୋ ହୃଦୟ ବଡ଼ ଦଗାଦିଆ

ତୋ ମନ ଭୀଷଣ ସ୍ୱର୍ଥୀ

ତୋ ଶରୀର କାମୁକ ଇଛାଇ

ଆଜି ନୁହଁ ସେଦିନ

ଜା ମୁଁ ଭୁଲି ପାରେନି ସେ ମୁହୂର୍ତ୍ତ

ଯେବେ ମୁଁ ଓ ତୁ


ଗାଁ ଦାଣ୍ଡ ବାଲି ଗଦାରେ "ଖାଡି ଲୁଚାଣି"

ଖପରା ଉପରେ ଖପରା ରଖି କପଡା "ବାନ୍ତୁ" ରେ ମୋ ପିଠି ଫଟା "ଡେସ୍ ଖେଳୁଥିଲୁ"

ଖେଳୁଥିଲୁ ଗାଁ ମୁଣ୍ଡେ ଥିବା କାଜୁ ତୋଟା ରେ ଡାଳ ମାଙ୍କୁଡ଼ି

ଭୁଲି ଯାଆ ବେଇମାନ୍

ଭୁଲିଯା ସେ ଦିନର "ମାଈ ଚୋରିରେଶ ଖେଳ"

ଘରର କବାଟ କୋଣେ"1 2 3 4 5"10

ଭୁଲିଯା ଶ୍ରାବଣ ର ଝାଇଁ ଝାଇଁ ବର୍ଷାରେ

ଖେଳ ପଡ଼ିଆରେ ଦୌଡ଼ି ଦୌଡ଼ି ପାଦପେଣ୍ଡୁ

ମୁଁ ଛତିଆ ହୋଇ ଘୁସୁମାଡି ହେଲେ

 ତୋର ତାଳି ମାରି ଡେ଼ଇଁ ଡେଇଁ ହସିବା ମୁହୂର୍ତ୍ତ ସବୁ

ଗାଁ ଗଡ଼ିଆରେ ଦାନ୍ଦର ରୋପି ଚେଙ୍ଗ ତୁରୁଞ୍ଜା ଭୁଞ୍ଜିମାଛ

ପଡିଶା ବାଡ଼ିରକାକୁଡି ଚୋରି

ଖାବଡା ମାରି ଝଡେଇ "ଭାଙ୍ଗି" ଜାମୁକୋଳି ଗଛ

ବନ୍ଧ ହୁଡ଼ାର ଖୋଜୁରୀ ଟାଣ୍ଡି କୁ ଢ଼େଲା ମାରି କରି କଣା

ବଣ୍ଡୁକୁ ଅଜାର ଆଖୁ ବାଡ଼ ଯାଇଖାଇବା ଡ଼ଣ୍ଡା ପଣା

ଚାଟଶାଳିର ଝରକା ଭାଙ୍ଗି "ନଗେନ୍ଦ୍ର" ସିନେମା ଦେଖା

ଲୁଚେଇ ଲୁଚେଇ ନୂଆ ନୂଆ କରି କେତକି ମସଲା ଚଖା

ଧିକ୍ ତୋର ବନ୍ଧୁତ୍ୱ

ପୁଣି ଭୁଲିଯା ସେଇ ନବମ ଶ୍ରେଣୀ ଝିଅଙ୍କୁ

ସବୁ ଭୁଲି ଆଜି ତୁ

ଏକ ପ୍ରତିଷ୍ଠିତ ପଣ୍ଡିତର ପଣ୍ଡିତ୍ୟରେ ନିଜକୁ ଶ୍ରେଷ୍ଠ ମନେ କରି

ପୁଣି କହୁଛୁ

ବନ୍ଧୁତ୍ୱ

ଧନ୍ୟ ତୋ ବନ୍ଧୁତ୍ୱll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍