STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପବିତ୍ର ଶ୍ରାବଣ ଆସିଛି

ପବିତ୍ର ଶ୍ରାବଣ ଆସିଛି

1 min
238


ଏ ମାସ ପବିତ୍ର ମାସଟି ଶ୍ରାବଣ

ଚତୁର୍ଦୀଗ ସୁଶୋଭିତ,

ବର୍ଷାଦିନ ପୁଣି ଶସ୍ୟପୂର୍ଣ୍ଣ ଭୂମି

କରୁଛି ମନ ମୋହିତ।୧।


କାଲି ସୋମବାର ଜଳର ଅର୍ପଣ 

ଅକର୍ମା ଦାନିଙ୍କୁ କାଲି,

ସଂକ୍ରାନ୍ତି ପରେଟି ଶିବ ଭକ୍ତି ବାର

ଶାସ୍ତ୍ର ଅନୁସାରେ କାଲି।୨।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି 

ଶିବ ଉପାସକ ଜନେ,

ଭକ୍ତିପୂର୍ଣ୍ଣ ହେଉ ପବିତ୍ର ମନ୍ଦିର

ହେଉ ଆଶିର୍ବାଦ ଜନେ।୩।


ଶିବଙ୍କ ମନ୍ଦିର ସୁସଜ୍ଜିତ ପୁଣି

ଶିବ ଭକ୍ତଙ୍କର ରାବ

ମହାଦେବ ଭକ୍ତି ଅଙ୍କୁରିତ ହୁଏ

ନମଃ ଶିବାୟ ହିଁ ରାବ।୪।


ଜଳ ଅର୍ପଣ ଟି ଅକର୍ମା ଦାନିଙ୍କୁ

ଭକ୍ତଙ୍କର ଉଦବେଗ,

ଧାର୍ମିକ ମାସ ହିଁ ଶିବ ଆରାଧନା

ବମ୍ ବମ୍ ଧ୍ବନି ବେଗ।୫।


ପାର୍ବତୀ ତପସ୍ୟା ଶ୍ରାବଣ ମାସରେ

ସ୍ବାମୀ ରୂପେ ଶିବ ପାଇଁ,

କଠୋର ତପସ୍ୟା ଦେବୀ ପାର୍ବତୀଙ୍କ

ସ୍ବାମୀଙ୍କ ସାନିଧ୍ୟ ପାଇଁ।୬।


ଗୁରୁତ୍ବପୂର୍ଣ୍ଣ ଟି ଶ୍ରାବଣ ମାସଟି

ଧର୍ମାବଲମ୍ବୀଙ୍କ ପାଇଁ

କାଉଡ଼ିଆଙ୍କର ବମ୍ ଭଲେ ରାବ୍

ଶିବ ଭକ୍ତି ଶକ୍ତି ପାଇଁ।୭।


ଗୁଞ୍ଜି ଉଠୁ ଥାଏ ମହାଦେବ ରାବ୍

ନମଃ ଶିବାୟ ଟି ତହିଁ,

ବମ୍ ବମ୍ ରାବ୍ ଭକ୍ତି ଆଣି ଦିଏ

ଶିବ ଆଶିର୍ବାଦ ଯହିଁ।୮।


ଶିବଙ୍କ ମନ୍ଦିର ମନ୍ତ୍ରମୁଗ୍ଧ କରେ 

ଭକ୍ତଙ୍କର ସମାଗମେ,

ଶଙ୍ଖ ହୁଳହୁଳି ଗୁଞ୍ଜୁ ଥାଏ ପୁଣି

ମୃଦଙ୍ଗର ସମାଗମେ।୯।


ଶ୍ରାବଣ ମାସଟି ଭକ୍ତିର ପାର୍ବଣ

ଭକ୍ତଙ୍କର ଟି ପାର୍ବଣ,

ଶ୍ରାବଣ ମାସର ସବୁ ସୋମବାର

ଭକ୍ତି ଉତ୍ସାହ ପାର୍ବଣ।୧୦।


ମୁକ୍ତିର ପଥଟି ଶିବ ଆରାଧନା

ହୁଏ ଲକ୍ଷ୍ମୀପୂର୍ଣ୍ଣା ଗୃହ,

ବୈଭବରେ ପୂର୍ଣ୍ଣ ହୁଏ ତା ସଂସାର

ସୁଖୀପୂର୍ଣ୍ଣ ହୁଏ ଗୃହ।୧୧।


ଏ ମାସ ପବିତ୍ର ମାସଟି ଶ୍ରାବଣ

ଚତୁର୍ଦିଗ ସୁଶୋଭିତ,

ବର୍ଷାଦିନ ପୁଣି ଶସ୍ୟପୂର୍ଣ୍ଣ ଭୂମି

କରୁଛି ମନ ମୋହିତ।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍