STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପବିତ୍ର ଜାଗଗରରେ ଶିବ ଭାବନା

ପବିତ୍ର ଜାଗଗରରେ ଶିବ ଭାବନା

1 min
449


ଶିବ ଶଙ୍କର ବମ୍ ବମ୍ ଭୋଳା ,

ଦେବ ମହାଦେବ କୈଳାଶେଶ୍ଵର

ଶିବ ଶଙ୍କର ।

ମସ୍ତକେ ବିରାଜେ ମୁଗ୍ଧା ସତୀ ଭାଗିରଥୀ

ସୁଭ୍ର ସ୍ଵତ୍ସ ଧାରେ କଳକଳ ସ୍ଵରେ ନିତି

ଝରଝର ଝରେ, ଚନ୍ଦ୍ର ମଉଳି , ଚନ୍ଦ୍ରଶେଖର , ଶିବଶଙ୍କର ।।

ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ତ୍ରିନେତ୍ର ଜ୍ଵତି ଝଲସେ

ତ୍ରିପୌଣ୍ଡକ ପୁଣି ଅଙ୍କିତ କପୋଳ ଭାଗେ ,

ଜଟା ଜୁଟଧାରୀ ଦିବ୍ୟ ତ୍ରିଶୂଳ, ଡମ୍ବରୁଧର, ଶିବଶଙ୍କର ।।

ବିଷଧର ଫଣି ଭୂଷଣ, ରୁଦ୍ରାକ୍ଷ ମାଳ

ନୀଳକାନ୍ତ ମଣୀ ମଣ୍ଡିତ ହେ ମହେଶ୍ୱର

ଅସ୍ଥିମାଳ ଭୂଷା ସର୍ପ ର ହାର,ହେ ସର୍ପେଶ୍ଵର,ଶିବଶଙ୍କର ।।

ଭଷ୍ମ ବିଲେପିତ ଗଉର ଶୁଭ୍ର ମୂରତୀ

ଚର୍ମ ପରିହିତ ସୁନ୍ଦର ଅପୂର୍ବ କାନ୍ତି

ନୀଳକଣ୍ଠ ବିଷ ଭୂଷଣ ଈଶ୍ଵର , ହେ ଘୃଷ୍ମେଶ୍ଵର, ଶିବଶଙ୍କର ।।

ଧାତୁରା,ଗୟଶ, ଅର୍କ ପୁଷ୍ପ ବିଲ୍ଵପତ୍ର

ଧୁର୍ଜଟି,ଗିରିଶ ଅର୍ପଣେ ହୁଅହେ ତୃପ୍ତ

ଜାଗର ଜାଳି ମୁଁ ଜଣାକରୁଅଛି, ଦିଅହେ ବର, ଶିବଶଙ୍କର ।।

ହେ ବୃଷଭ ଧ୍ଵଜ ଶ୍ମଶାନ ବିହାରୀ ରୁଦ୍ର

ନଟି ନଟରାଜ ତ୍ରୟମ୍ଵକ,ଭୀମ,ଉଗ୍ର

ଦୀନ,ହୀନ କବି ପ୍ରଫୁଲ୍ଲ ଡାକଇ , ହେ ପାର୍ବତୀ ବର, ଶିବଶଙ୍କର ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍