STORYMIRROR

Ajit Kumar Raut

Others

4  

Ajit Kumar Raut

Others

ପବିତ୍ର ଚାରୋଟି ଧାମ

ପବିତ୍ର ଚାରୋଟି ଧାମ

1 min
372


ହିନ୍ଦୁଙ୍କ ଧର୍ମରେ ଚାରୋଟି ଧାମର

ଜୀବନେ ମହତ୍ତ୍ଵ ଅଛି,

ଚାରୋଟି ଧାମର ଦର୍ଶନ ହିଁ ବଡ଼

ଶାସ୍ତ୍ର ହିଁ ଏହା କହୁଛି।୧।


ପୁରୀ ଧାମ ଅଟେ ଜୀବନେ ଅମୂଲ୍ୟ

ବଦ୍ରିନାଥ ଧାମ ପରି,

ଦ୍ୱାରିକା ଧାମର ଅପୂର୍ବ ମହତ୍ତ୍ଵ

ରାମେଶ୍ୱର ଧାମ ପରି।୨।


ପୌରାଣିକ ଧାମ ଶାସ୍ତ୍ରରେ ବର୍ଣ୍ଣିତ

ବିଶ୍ୱକର୍ମା କାରିଗରୀ,

ପ୍ରଭୁଙ୍କ ନିର୍ଦ୍ଦେଶେ ନିର୍ମାଣ ଯାହାର

ବର୍ଣ୍ଣିବି ଅବା କିପରି।୩।


ଜୀବନେ ଆସିବ କେବେ ସେ ସୁଯୋଗ

ଦର୍ଶନ କରିବି ମୁହିଁ,

ଦେବଙ୍କର ଡ଼ୋରୀ ମୋ ପରେ ପଡିବ

ଦେଖିବି ନେତ୍ରେ ହିଁ ମୁହିଁ।୪।


ଏହାକୁ ଦେଖିଲେ ପବିତ୍ର ହୋଇବି

ପାପ ହୋଇଯିବ ଦୂର,

ଯାହାର ରଚନା ବିଶ୍ୱକର୍ମା ହସ୍ତେ

ପ୍ରଭୁଙ୍କର ଅନୁଚର।୫।


ଶଙ୍କରାଚାର୍ଯ୍ୟଙ୍କ ଚାରି ମଠ ପୁଣି

ଚତୁର କଣେ ରଚନା,

ଜ୍ଞାନ କର୍ମ ଶିକ୍ଷା ପାଇଁ ହିଁ ନିର୍ମାଣ

ପ୍ରଭୁଙ୍କ ଜ୍ଞାନ ରଚନା।୬।


ବେଦାନ୍ତ ମଠର ଜ୍ଞାନ ମଠ ନାମ

ଗୋବର୍ଦ୍ଧନ ମଠ ପୁଣି,

ଜ୍ୟୋତି ମଠ ପୁଣି ତାଙ୍କରି ରଚନା

ଶାରଦା(କାଳିକା)ମଠ ହିଁ ପୁଣି।୭।


ହିନ୍ଦୁଙ୍କ ଧର୍ମରେ ଚାରୋଟି ଧାମର

ଜୀବନେ ମହତ୍ତ୍ଵ ଅଛି,

ଚାରୋଟି ଧାମର ଦର୍ଶନ ହିଁ ବଡ଼

ଶାସ୍ତ୍ର ହିଁ ଏହା କହୁଛି।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍