STORYMIRROR

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
195

ଆମେ ଯେତେ ସର୍ବେ ଏ ଧରା ରେ ଜନ୍ମ

ସଭିଏଁ ବନ୍ଧନେ ବନ୍ଧା  

ପିତା ମାତା ଭାଇ ଭଉଣୀ ସମ୍ପର୍କ

କାଳର ଡୋରିରେ ଛନ୍ଦା ll


ଭାଇ ଭଉଣୀର ପବିତ୍ର ସମ୍ପର୍କ

ରକ୍ଷା ସୂତ୍ରରେ ବିଦିତ  

ମା' ସନ୍ତାନର ଅମୃତ ବନ୍ଧନ

ପ୍ରମାଣେ ଚିରା ପଣତ ll


ପିତା.... ପୁତ୍ର କନ୍ୟା ଉତ୍ତୁଙ୍ଗ ବନ୍ଧନ

କର୍ତ୍ତବ୍ୟ ରୂପେ ଚିହ୍ନିତ  

ପଡ଼ୋଶୀ ବନ୍ଧନ ଲୋଡ଼ିଥାନ୍ତି ଜନ

ଶ୍ରଦ୍ଧା ସ୍ନେହ ପରିଚିତ ll


କୋଟି ମାନବର ଗୋଟିଏ ବନ୍ଧନ

ମାତୃଭାଷା ପରିଚୟ  

ସମଗ୍ର ସମାଜ ଯେ ବନ୍ଧନେ ବନ୍ଧା

ତ୍ରିରଙ୍ଗା ପତାକା ଜୟ ll


ରାଜା ପ୍ରଜା ମଧ୍ୟେ ସମ୍ପର୍କ ଶାସନ...

ଶାସିତ! ଉଚିତ ମାର୍ଗ  

ଭକ୍ତ ଭଗବାନ ଭାବର ବନ୍ଧନେ

ଫଳ ମିଳେ ଚଉବର୍ଗ ll


ସମଗ୍ର ଜଗତ ଏ ବିଶ୍ଵ ବ୍ରହ୍ମାଣ୍ଡ

ଅଦେଖା ବନ୍ଧନେ ଛନ୍ଦା  

କାଳର କରାଳ ପ୍ରାରବ୍ଧ ଜଞ୍ଜାଳ

ପୁରସ୍କାର କେବେ ନିନ୍ଦା ll


ନର ପଶୁ ପକ୍ଷୀ କୀଟ ତରୁଲତା

ସଭିଏଁ ବନ୍ଧନ ଯୁକ୍ତ

ପ୍ରକୃତି ବନ୍ଧନେ ସର୍ବେ ନିୟନ୍ତ୍ରିତ

ସମୟେ ହୁଅନ୍ତି ମୁକ୍ତ ll


ଧରିତ୍ରୀ ଆକାଶ ଅନନ୍ତ ପ୍ରେମରେ

କେଉଁ କlଳୁ ଦୁହେଁ ବନ୍ଧା  

ନୀଳ ଜହ୍ନ ସହ କଇଁର ବନ୍ଧନ

କବି କଳ୍ପନାରେ ଛନ୍ଦା ll


ସୁମନ ସୁବସେ ମଳୟ ବନ୍ଧନ

କଳ୍ପନା ଜାଲରେ କବି  

ପ୍ରଭାତ ସୌନ୍ଦର୍ଯ୍ୟେ ଗ୍ରାମ୍ୟପଥ ବନ୍ଧା

ମା' କୋଳେ ବନ୍ଧା ରବି ll


 ସୃଷ୍ଟି ଆରମ୍ଭରୁ ପବିତ୍ର ବନ୍ଧନ 

 ଡୋରୀ...! ନିୟତି ନିର୍ଦ୍ଦେଶ  

ସେ ବନ୍ଧନେ ବନ୍ଧା ହର ବ୍ରହ୍ମା ପୁଣି

ଯଶୋଦାଙ୍କ ପୀତବାସ ll



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ