ପବିତ୍ର ବନ୍ଧନ
ପବିତ୍ର ବନ୍ଧନ
1 min
147
ଯୁଗେ ଯୁଗେ ମହାନ ପରମ୍ପରା ଅଛି ରହି
ଜଗତ ଯାହାକୁ ବିବାହ ବନ୍ଧନ କହଇ l
ସଂସାରର ସ୍ଥିତି ଯାହା ପାଇଁ ହୁଏ ସମ୍ଭବ
ମିଳିତ ଭାବରେ ଗଢ଼ନ୍ତି ଗୃହସ୍ତ ଆଶ୍ରମ l
ଜଣେ ତ ପ୍ରକୃତି ଆର ଜଣେ ପୁରୁଷ
ମିଳନେ ଝରେ ସ୍ନେହ, ପ୍ରେମ ଆଶିଷ l
ପରସ୍ପର ହୃଦେ ପ୍ରେମ ମନ୍ଦାକିନୀ ପୁରି ଉଠଇ
ପବିତ୍ର ବନ୍ଧନ ଦଶ ଦିଗ ସାକ୍ଷୀ ରହଇ l
ବିବାହ ବନ୍ଧନ ନୁହଁଇ କେବଳ ମିଳନ ପାଇଁ
ସବୁଠାରୁ ପବିତ୍ର ବନ୍ଧନ ତା ସମ ନାହିଁ l
