STORYMIRROR

Yudhisthir Khamari

Others

3  

Yudhisthir Khamari

Others

ପବିତ୍ର ବିବାହ

ପବିତ୍ର ବିବାହ

1 min
210

ପରମ୍ପରା ଏକ ସମାଜର, ବିବାହ

ରହିଛି ସୃଷ୍ଟିର ପ୍ରାରମ୍ଭରୁ

ସେ ହୋଇପାରେ ପ୍ରଣାଳୀରେ ଭିନ୍ନ

ମାତ୍ର ଲକ୍ଷ୍ୟ ଗୋଟିଏ

ପାଶ୍ଚାତ୍ୟରେ ପ୍ରେମରୁ ଦେହ

ପୁଣି ନାମ ମାତ୍ର ବିବାହର ନାମ

ହେଲେ ମନଇଚ୍ଛା ଛାଡପତ୍ର

ମାତ୍ର ଆମ ସଂସ୍କୃତି ଭିନ୍ନ

ଦେହରୁ ଜାତ ହୁଏ ପ୍ରେମ

ବାନ୍ଧି ହୁଅନ୍ତି ଦୁଇଟି ଅଜଣା ମଣିଷ

ସମ୍ପର୍କର ସୂତା ଖିଅଟିରେ

ସାତ ଜନ୍ମ ପର୍ଯ୍ୟନ୍ତ ଫିଟେ ନାହିଁ ଗଣ୍ଠି

ପୂରକ ଏକେ କୁ ଆରେକ

ନାରୀ ପୁରୁଷ ପାଇଁ ଆଉ ପୁରୁଷ ନାରୀ ପାଇଁ

ଏରୁଣ୍ଡି ଡେଇଁଲେ ଝିଅ ସାତପର ହୁଏ

ପର କରିଦିଏ ଆପଣାମାନଙ୍କୁ

ଆଦରି ନିଏ ଅଚିହ୍ନା ମଣିଷମାନଙ୍କୁ

ଗଢି ଉଠେ ସମ୍ପର୍କର ସୈ।ଧ

ପୁଣି ପବିତ୍ର ବନ୍ଧନରୁ ସୃଜନ ହୁଏ

ଅମୃତ ସନ୍ତାନ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍