STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ପବିତ୍ର ଭାରତ ମୋର

ପବିତ୍ର ଭାରତ ମୋର

1 min
21


ଏଇ ମାଟି ରେ ମୁଁ ଜନମି ସତରେ

କେଡେ ଭାଗ୍ୟବାନ ମୁହିଁ

ପବିତ୍ର ଜାହ୍ନବୀ ଏ ମାଟି ରେ ଝରେ

ହୀମଗିରି ଶିଖ ଦେଇ,ଧୃଜଟି ଜଟା କୁ ଛୁଇଁ

ଏଇ ମୋ ଭାରତ ଭୁଇଁ ।।


ଏଠାରେ ବହଇ ମଳୟ ପବନ

ଶିଳା ୟାର ଶାଳଗ୍ରାମ

ତପସ୍ଵି, ମହର୍ଷି ତପଭୁଇଁ ଏହି

ସଭିଏଁ ଏଠି ସମାନ,ଏହାର ତୁଳନା ନାହିଁ

ଏଇ ମୋ ଭାରତ ଭୁଇଁ ।।


ଦିନ ଥିଲା ଏହି ପରାଧୀନତାର

ଶୃଙ୍ଖଳ ରେ ଛଟପଟ

ତିନିଶହ ବର୍ଷ ଗୋରା ଶାସନ ର

ଭାଙ୍ଗି ତା ଲୈ଼ହ କବାଟ, ସ୍ଵାଧୀନତା ଅଛି ପାଇ

ଏଇ ମୋ ଭାରତ ଭୁଇଁ ।।


ଆଜି ସେ ସୁଦିନ ସୂର୍ଯ୍ୟ ସ୍ଵାଧୀନ

ଆଲୋକ ରସ୍ମି ବିଛାଇ

ତ୍ରିରଙ୍ଗା ଉଠଇ ଫର ଫର ହୋଇ

ଜାତୀୟ ସଂଗୀତ ଗାଇ, ଶାନ୍ତି ବାରତା ଦେଇ

ଏଇ ମୋ ଭାରତ ଭୁଇଁ ।।


ଗର୍ବ ଗଉରବ ଏହାର ବୈଭବ

ବୁଦ୍ଧ ଦେବ ଶାନ୍ତି ବାର୍ତ୍ତା

ଗାନ୍ଧି,ଗୋପବନ୍ଧୁ ଅହିଂସା ଅସ୍ତ୍ରରେ

ମୋ ଦେଶର ମହାନତା,ଆକାଶ ଯାଇଛି ଛୁଇଁ

ଏଇ ମୋ ଭାରତ ଭୁଇଁ ।।


ଜୟ ଜବାନ ଜୟ କିଷାନ ଜୟ

ସ୍ଵାଧୀନ ଭାରତ ଜୟ

ଜୟ‌ ଜୟ କାରେ ପ୍ରକମ୍ପିତ ହେଉ

ଶତ୍ରୁ ମନେ ଯାଗୁ ଭୟ, ଜଗନ୍ନାଥ କର ତ୍ରାହି

ଏଇ ମୋ ଭାରତ ଭୁଇଁ ।। 







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍