STORYMIRROR

Subhalaxmi Nayak

Others

4  

Subhalaxmi Nayak

Others

ପବିତ୍ର ଭାରତ ଭୂଇଁ

ପବିତ୍ର ଭାରତ ଭୂଇଁ

1 min
418

ଇତିହାସ ମୂକସାକ୍ଷୀ,

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ଗୋରାଏ ପଡ଼ିଥିଲେ ନଇଁ।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ମାଟି ମାଆର ଆତ୍ମସମ୍ମାନ ପାଇଁ,

ଅନେକ ସଂଗ୍ରାମୀ ବୀର ପୁରୁଷଙ୍କ ବହିଛି ଲହୁର ନଈ।


ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ଜାତିଭେଦ ପ୍ରଥା ହୋଇଛି ଧରାଶାୟୀ।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ସଭ୍ୟତା ଧର୍ମ ନିରପେକ୍ଷତାର ମନ୍ତ୍ର ଜପଇ ।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ନାରୀ ସାକ୍ଷାତ ଦେବୀ ରୂପେ ପୂଜା ହୁଅଇ।


ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ମାଟିରେ ସୁନା ଫଳାଏ କୃଷକ ଭାଇ।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ଶତ୍ରୁ ପାଇଁ କାଳଯମ ସାଜେ ସୈନିକ ଭାଇ।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ସମୃଦ୍ଧି ପଥେ ଗବେଷଣାରତ ବିଜ୍ଞାନୀ ଭାଇ।


ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ସୂରୁଜ ଦେବତା, ଜହ୍ନ ମାମୁଁ ବୋଲି ସମ୍ବୋଧିତ ହୁଅନ୍ତି।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ଜଗତର ନାଥ ଜଗନ୍ନାଥ ବସିଛି ସାହାଣ ମେଲାଇ।

ଏ ସେଇ ପବିତ୍ର ଭୂଇଁ....

ଯେଉଁଠି ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ବୋଲନ୍ତି ସଭିଏଁ,

'ଭାରତମାତାର ସନ୍ତାନ ଆମେ, ଏକତ୍ଵର ବଳିଷ୍ଠ ନିଦର୍ଶନ ଆମେ....' "


Rate this content
Log in