STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପୌଷରେ ଶୀତ

ପୌଷରେ ଶୀତ

1 min
202


ପଉଷରେ ଶୀତ ଥରାଉଛି ଧରା

ଦେହ ଖୋଜେ ତାପ ତାଜି

ଶୀତ ନାହିଁ ବୋଲି କିଏ କହୁଥିଲା

ଶୀତ କହିଲାଣି ଗର୍ଜି ।

କାହାର କାମନା କିଏ ଜାଣିପାରେ

କିଏ ଯିବ କାହିଁ ହଜି

ପାପ ମନ ଯିବ ପାପ ଖୋଜିବାରେ

ଧର୍ମ ନୁହେଁ ମନ ମୌଜୀ।

ସକାଳ ଶୀତଳ କରି ଦିଏ ବେଳ

ହେବା ପାଇଁ ସଜବାଜ

ପିକନିକ୍ ପାଇଁ ପଡିଛି ସମୟ

କରିବେ ଏବେ ମଉଜ ।

ସୂରଜ ଚମକ ଖୋଜୁଥାଏ ମନ

ଦେହରେ ପଡିବ ଟିକେ

ବୟସ ଯାହାର ପାଚି ସାରିଲାଣି

ଦୂଆରକୁ ଆସି ଦେଖେ ।

ଉଠିଲେ ସୂରୁଜ ଆକାଶ ମଣ୍ଡଳେ

ତାଜା ହୁଏ ଦେହ ହାତ

ସୂରଜ ଗଡିଲେ ଶ୍ରମ ସରିଯାଏ

ମନ ହୁଏ ଘରମୁଖ। ।

ବେଦନା ବ୍ୟାହତ ହେବ ବୋଲି ଭାବି

ଗରମ ଗରମ ଖୋଜେ

ପାଖରେ ପ୍ରେମିକା ପତ୍ର ପରଷିଲେ

ମନ ବୁଲେ ପ୍ରେମ ରାଜ୍ୟେ ।

ବୁଲୁଥିଲେ ମନ ରହିଯାଏ ଶୀତ

ଲାଗେ ନାହିଁ ପାଗ ଏତେ

ଶୀତଳ ପବନ ବୋହୁଥାଏ ଯେତେ

ପ୍ରେମରେ ଉଷ୍ମତା ସେତେ।

ପ୍ରେମ ଥିଲେ ଦେହ ଧରା ଦିଏ ନାହିଁ

ଜଣାପଡ଼େ ନାହିଁ ଶୀତ

ହେମନ୍ତର ଶୀତ କୋଲ ମାରିଦିଏ

ପ୍ରେମିକକୁ ଲାଗେ ଗୀତ ।

ଶ୍ରମିକ ବାପୁଡା ଶ୍ରମ ଢାଙ୍କି ଦିଏ

ଶୀତ ହେଇଯାଏ ଦୂର

ଅଳସୁଆ ଦେହେ ରେଜେଇ କମ୍ବଳ

ଦେଲେକି ଛାଡିବ ଖୋର ।

ନୂଆ ବୋହୂ ଚିନ୍ତା ସ୍ନାନ ସାରି ହେଲେ

ରୋଷଘରେ ହେବ ଘାରି

ବିଦ୍ୟାର୍ଥୀ ବିଚରା ଉଠି ପଢୁଥାଏ

ଛୁଆଙ୍କୁ ଛୁଟଣ ସାରି ।

ହକାଳିଲେ ନନା ମନ୍ଦିରକୁ ଯିବ

ଯେଝା କାର୍ଯ୍ୟେ ସେବାୟତ

ଆସନ୍ତା ସୁଖକୁ ଆଶ୍ରୟ ସଭିଙ୍କ

ନିରାଶ୍ରିତ ପରାଂମୂଖ ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍