STORYMIRROR

Suresh chandra Padhy

Others

3  

Suresh chandra Padhy

Others

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

1 min
289

କେତେ ଆଶା ନେଇ ଝିଅଟିଏ ଜନ୍ମ ନେଲା

ପଢା ପଢି କରି ବଂଶର ନାମ ରଖିବ ଭାବିଲା

ହେଲେ ପିତା ମାତା ପାଠ ପଢିବାକୁ କଲେ ବାରଣ

ଝିଅ କହୁଛି ପାଉଁଶ ତଳେ ରହିଲା ମୋ ସ୍ୱପ୍ନ

ଭାବିଥିଲା ଭଲ ଗୀତ ଗାଇ ଆଗକୁ ଯିବ

ଗାୟିକା ହୋଇ ପରିଚୟ ପାଇବ

ହେଲେ ସମାଜରେ ହେଲା ସେ ହୀନିମାନ

ଝିଅ ଟି କହୁଛି ପାଉଁସ ତଳେ ରହିଲା ମୋ ସ୍ୱପ୍ନ

ଏତେ ସୁନ୍ଦରୀ ସେ ହୋଇ ଥିଲା

ସୁଖରେ ସଂସାର କରିବ ଆଶା ରଖିଥିଲା

ଏମିତି ସମୟେ ହେଲା ତା ବିବାହ ବନ୍ଧନ

ଝିଅଟି କହୁଛି ପାଉଁଶ ତଳେ ରହିଲା ମୋ ସ୍ୱପ୍ନ

ସ୍ୱାମୀ ଭାରି ଖଳ ସ୍ଵଭାଵର ଥିଲା

ଶାଶୁ ଶଶୁର ଠାରୁ ଗଞ୍ଜଣା ପାଇଲା

କେତେ ସହୁଛି ନିତି କଷଣ 

ଝିଅଟି କହୁଛି ପାଉଁଶ ତଳେ ରହିଗଲା ମୋ ସ୍ୱପ୍ନ

କେତେ ଦେବତାଙ୍କୁ ପୂଜିଲା

ସନ୍ତାନର ଜନନୀ ହେବ ଭାବିଲା

କୋଳରେ କେବେ ନ ଧରିଲା ସନ୍ତାନ

ଝିଅଟି କହୁଛି ପାଉଁଶ ତଳେ ରହିଲା ମୋ ସ୍ୱପ୍ନ

ସବୁ ଅତ୍ୟାଚାର ତାକୁ ଭାରି ବାଧିଲା

ଦିନେ ତାର ଅକାଳ ମରଣ ହୋଇଲା

ଦୁଃଖ କଷ୍ଟରେ ବିତିଗଲା ତା ଜୀବନ

ଝିଅଟି କହୁଛି ପାଉଁଶ ତଳେ ରହିଲା ମୋ ସ୍ୱପ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍