STORYMIRROR

Pravatirani Mohanty

Others

3  

Pravatirani Mohanty

Others

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

1 min
317

ତୁମକୁ ସପନ ଦେଖିବାକୁ ମନା 

କରୁଥିଲି ଯେତେ ଯେତେ ,

ତୁମ ରୂପ ଛବି ମନ ଆଇନାରେ

ଉଙ୍କି ମାରେ ସେତେ ସେତେ ,

ସତେ ତମେ ଏକ ଅଭୁଲା ଅତୀତ 

ପାଉଁଶ ତଳର ନିଆଁ ,

ବାସ୍ନାୟିତ ମୋର ତୁମ ପରଶରେ 

କାହାଣୀ ବି ମନ ଛୁଆଁ ,

ଚିନ୍ତା ଚେତନାରେ ଅନ୍ତରେ ମୋର

ଉଦ୍ଭାସିତ ବାର ବାର ,

ଲୁଚି ଯାଆ ପୁଣି କ୍ଷଣିକ ଆବେଶେ 

ମୋ ମନର ଚିତ୍ରକର।



Rate this content
Log in