STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପାଉନି ମୁଁ ପଥ

ପାଉନି ମୁଁ ପଥ

1 min
261


ପଖାଳି ପୟର ପାଇଲା ଧୀବର

କେତେ କୋଟି ଜନ୍ମ ଫଳ

ସରୋଜ ରଜରେ ପାପ ଧୋଇ ଗଲେ

କଳୁଷ ନହୁଏ କାଳ।

ଅଙ୍ଗେ ଦେଇ ବାସ ବାସିଲା କୁବୁଜା

ସଉଭାଗ୍ୟ ରୂପବତୀ

ପାଆନ୍ତେ ଆଶ୍ରୟ ଶ୍ରୀପଦେ ତୋହର

ବିଭୀଷଣ ବିଷ୍ଣୁ ଗତି।

ସଖା କରି ତୋତେ ପାଞ୍ଚାଳୀ ନିରତେ

କେତେ ଲଜ୍ଜା ନିବାରିଲା

ପାଇସେ ଅମ୍ବୁଜ ପଦକୁ ଯେ ଧ୍ରୁବ

ବିଷ୍ଣୁ ପଦ ପାଇଗଲା।

ମୁହିଁ ମୂଢମତୀ କାହିଁ ବା ଭକତି

ସଜ୍ଜଳ କରିବି ସ୍ମୃତି

କଜ୍ଜ୍ଵଳ କମଳେ ନୟନ ବିହ୍ଵଳେ

ସପନ ମୋ ଅନୁଭୁତି।

ଅଚିହ୍ନା ଅଜଣା ବାସର ଭାବନା

ମନ ମୋର ବେଳା ଭୁଇଁ

ପାଉନି ମୁଁ ପଥ ହେବାକୁ ନିରତ

ନିରନ୍ତର ଭାବୁଥାଇ ।


ପ୍ରଶାନ୍ତ କୁମାର ହୋତା


Rate this content
Log in