STORYMIRROR

Narayan chandra Senapati

Others

3  

Narayan chandra Senapati

Others

ପାଠାଗାର

ପାଠାଗାର

1 min
11.6K


ବଞ୍ଚିବା ପାଇଁକି ଆବଶ୍ୟକ ଅର୍ଥ

ସାଇତି ରଖିଛି ବ୍ୟାଙ୍କ

ନିରାପତ୍ତା ପାଇଁ ରଖିଛି ସୈନିକ

ସୀମାନ୍ତେ ଯୁଦ୍ଧର ଟ୍ୟାଙ୍କ।


ମନ ଓ ଆତ୍ମାକୁ ଶୁଦ୍ଧ ରଖିବାକୁ

ଗଢା ସିନା ଏ ମନ୍ଦିର

ସରାଗେ ଜ୍ଞାନକୁ ବାଣ୍ଟିବା ପାଇଁ କି

ରହିଅଛି ପାଠାଗାର।


ପାଠାଗାର ଡାକେ ଆସ ହେ ବିଦ୍ୟାର୍ଥୀ

ନିଅ ରୁଚିର ପୁସ୍ତକ

ଚିହ୍ନ ତା ଅନ୍ତର ମହତ୍ତ୍ୱ ତତ୍ତ୍ୱକୁ

ଶୁଣ ତା ହୃଦୟୀ ଡାକ।


ତାକୁ ଯେ କରଇ ଅନ୍ତରଙ୍ଗ ସାଥି

ଦୁର ହୁଏ ଜ୍ଞାନ ଭୋକ

ତା ପରି ବନ୍ଧୁଟେ ନ ଥାଏ କେଉଁଠି

ଝୁରେ ବଞ୍ଚିଥିବା ଯାକ।


ନୀତି ଆଦର୍ଶର ମହାତ୍ମା କୁବେର

ଅରଜିଲେ ତାଙ୍କ ବାଣୀ

ବିଶ୍ବବିଜୟୀ ସେ ନିଶ୍ଚୟ ହୋଇବ

ରଚି ଆଦର୍ଶ କାହାଣୀ।


ତା ଧର୍ମ ପୁସ୍ତକ ଧିରେ ଧିରେ କହେ

ହୁଅ ଧର୍ମ ପୁଣ୍ୟବନ୍ତ

ମାନବିକତାର ଜଳେ ସ୍ନାନ କର

ହୋଇବ ସଦ୍ୟ ଜୀନନ୍ତ।


ପାଠାଗାର ଦିଏ ଶୃଙ୍ଖଳା ସଂସ୍କାର

ଆଚରଇ ଦିବ୍ୟଜ୍ଞାନ

ଗ୍ରହଣ ସଞ୍ଚୟ ସତ୍ ବିନିମୟ

ବିଚିତ୍ର ଚିତ୍ର ଚିତ୍ରଣ।


ଅଜ୍ଞାନ ମୁରୁଖ ଶ୍ରଦ୍ଧାରେ ଯଦି ବା

ତାକୁ ଟିକେ ଭଲପାଏ

ତା ଶୂନ୍ୟ ମସ୍ତିଷ୍କେ ଜ୍ଞାନ ଦାନ କରି 

 ଜୀବନ ସଜାଡିଦିଏ।


ପାଠାଗାର କରେ ଆମର ସଂସ୍କୃତି

ପରମ୍ପରାର ବନ୍ଦନା

କେମିତି ଗଢା ମୋ ଜାତିର ସଭ୍ୟତା

ଶିଖିବା ପଢି (ତା) ରଚନା।


ପାଠ୍ୟ ସହପାଠ୍ୟ ଗୁଣାବଳୀ ଯେତେ

ବ୍ୟକ୍ତିଗତ ସାମାଜିକ

ପାଠାଗାର ଦିଏ ସାମଗ୍ରିକ ଜ୍ଞାନ

ଗଢେ ପୂର୍ଣ୍ଣାଙ୍ଗ ନିର୍ଭୀକ।


ପୁସ୍ତକ ପାଇଁ ସେ କାରାଗାର ସିନା

ଜ୍ଞାନ ପାଇଁ ସ୍ନାନାଗାର

ସେ ସ୍ନାନାଗାରରେ ଯିଏ ସ୍ନାନ କରେ

ଏ ସାରା ସଂସାର ତା'ର।



Rate this content
Log in