STORYMIRROR

Niranjan Sahu

Others

3  

Niranjan Sahu

Others

ପାଠ ଓ ଶାଠକୁ ଶିଖିବ

ପାଠ ଓ ଶାଠକୁ ଶିଖିବ

1 min
352

କେତେ ପାଠ ଶାଠ ପଢିଲେ କି ହେବ

ମୁଣ୍ଡେ ବୁଦ୍ଧିଯଦି କିଛି ନଥିବ

ଯେତେ ଆଧୁନିକ ହେଲେ କି ହେବ

ଯଦି ଚାଲାକି ଟିକିଏ ନଥିବ,


ପୋଥି ବାଇଗଣ ପାଠ ପଢିଲେ

ବାଡ଼ିରେ କି ଭାଇ ଫଳିବ

ଚାଲାକି ହୋଇ ଚାଷ କରିଲେ

ବାଇଗଣ ଅବଶ୍ୟ ଫଳିବ,


ସାଧାରଣ ଜ୍ଞାନ ମୁଣ୍ଡରେ ଥିଲେ

ସବୁଠି ଚଳିପାରିବ

ସାଧାରଣ ଜ୍ଞାନ କିଛି ନଥିଲେ

ହଟହଟା ହୋଇ ମରିବ,


ପାଠ ସହିତ ଶାଠର ଜ୍ଞାନ

ଅବଶ୍ୟ ଗ୍ରହଣ କରିବ

ପାଠ ଶାଠ ଦୁଇ ପାଖରେ ଥିଲେ

ମୁକାବିଲା କରି ପାରିବ,


ଘାସ କଟା ଠାରୁ ଘୋଡା ଚଢ଼ିବା

ଜ୍ଞାନ ଆହରଣ କରିବ

ତେବେ ଯାଇ ବାବୁ ଏଇ ଦୁନିଆଁ ରେ

ମଣିଷ ଭଳିଆ ଚଳିବ,


ପାଠ ଆବଶ୍ୟକ ଜାଣିବା ପାଇଁ

ଶାଠ ଆବଶ୍ୟକ ଚଳିବା ପାଇଁ

ଏଇକଥା ମନେ ରଖିବୁ

ଯେତେ ପାରୁଛୁ ସେତେ ରେ ବାବୁ

 ପାଠ ଓ ଶାଠ କୁ ଶିଖିବୁ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍