STORYMIRROR

Nibedita Mishra

Others

2  

Nibedita Mishra

Others

ପାରିବକି କୁହ?(ନିବେଦିତା ମିଶ୍ର)

ପାରିବକି କୁହ?(ନିବେଦିତା ମିଶ୍ର)

1 min
796


ପାରିବକି କୁହ (ନିବେଦିତା ମିଶ୍ର)

ପାରିବକି କୁହ ନାରୀ ବିନା ସଂସାରଟିଏ ରଚି,

ଯେଉଁଠି ଏକାକୀ ପୁରୁଷଟି ପାରୁଥିବ ରହି।

ପାରିବକି କୁହ ମାଆ ବିନା ଜନମଟି ନେଇ,

ସଂସାରେ ନିଜର ସ୍ଥିତି ବଞ୍ଚାଇ ରଖିବା ପାଇଁ।

ପାରିବକି କୁହ ଭଗ୍ନୀ ବିନା ପାଳି ରାକ୍ଷୀ କେହି,

ଶୂନ୍ଯହାତ ଭାବ କାହାକୁ ଦେବ ଆଉ ବଢାଇ।

ପାରିବକି କୁହ ସ୍ତ୍ରୀ ବିନା କେବେ ଘରଟିଏ କରି,

ଏକାକୀ କେମିତି ସଂସାର ନଈ କରିବ ପାରି।

ପାରିବକି କୁହ ଝିଅ ବିନା କନ୍ଯାଦାନ ପୂଣ୍ଯ,

ତେବେ କାହିଁକି କୁହ ବିଚାର ତା'କୁ ଏତେ ଘୃଣ୍ଯ।

ନରନାରୀ ଏକା ନୂହେଁ କାହାର ସ୍ଥିତି ସମ୍ଭବ,

ଦୁହେଁ ପରା ଦୁହିଁଙ୍କର ଲାଗି ଅମୂଲ୍ଯ ବୈଭବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍