ପାରିବାରିକ କଳହ
ପାରିବାରିକ କଳହ
ଆମେତ ସମସ୍ତେ ଗୋଟିଏ ଗୋଟିଏ ମାଂସ ଭୋଗୀ
ଶାଗୁଣା ଶବର ଅନ୍ୱେଷଣରେ
ତମାମ ଜୀବନଟା ଋତୁର ପ୍ରତିକୂଳରେ ଥାଇ ମଧ୍ୟ
ଅନ୍ତରୀକ୍ଷରେ ଘୁରିବୁଲୁ
ବିକ୍ଷିପ୍ତ ଭାବରେ ।
କ୍ଷୁଦ୍ଧ ପାଇଁ ଆମ ଭିତରେ ସଂଘର୍ଷ
ପରାହତ ସୈନିକର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ
ମାଟି ପ୍ରତି ଲୋଭ ।
ଜୀବନର ପ୍ରତିକ୍ଷଣରେ ପ୍ରାପ୍ତିର ଆଶାରେ ଅବିରତ
ସଂଗ୍ରାମ ।
ଜୀବନର ସଂଜ୍ଞାକୁ ତନ୍ନତନ୍ନ କରି ଦେଖିଲେ ମଧ୍ୟ
ମଣିଷ କଣ ବଦଳେଇ ଦେଇଛି ସ୍ୱାଭାବ ।
ପକ୍ଷୀ କଣ ସୁନାର ପଞ୍ଜୁରୀରେ ଆପଣେଇ ପାରେ
ତମାମ ଜୀବନ ।
ସଂଘର୍ଷରତ ଜୀବନ ସଦା ପ୍ରାପ୍ତିର ମୋହରେ
ଭୁଲିଥାଏ ଜ୍ଞାତି କୁଟୁମ୍ବ ପରିଜନ ,
ରକ୍ତର ପିଆଲାରେ ଖେଳିଥାଏ ହୋଲି ।
ଗୋଟିଏ ରକ୍ତରୁ ସୃଷ୍ଟି ମଣିଷ
ରଚି ପାରେ ବିଭୀଷିକା ଅର୍ଥ ପାଇଁ ।
ମଣିଷ ଭୁଲିଯାଏ ଅତୀତ
ଯାହାର କୋଳରେ କାଖରେ
ଯେଉଁ ପରିଜନର କାନ୍ଧରେ ପରିଭ୍ରମଣ କରିଛି
ମାଇଲ ମାଇଲ ଦୂର
ଶାବକ ଥିଲା ସମୟରେ ।
ସ୍ୱାର୍ଥ ନିହିତ ପରିବାର
ଗୋଟେ ଗୋଟେ କ୍ଷୁଧିତ ସ୍ୱାନ ।
କେବେ ସ୍ନେହ ଶ୍ରଦ୍ଧା ମୈତ୍ରୀରେ ମସଗୁଲ ତ
ଆଉକେବେ ରକ୍ତ ପ୍ଲାବିତ ନଦୀରେ ଅତଡା ଖାଉ ଥିବା କୂଳ ।
ପାରିବାରିକ କଳହ ଆଦିମ ଚରିତ୍ରର
ଆଉ ଏକ ସୃଷ୍ଟି ।
