STORYMIRROR

Sudeshna Pradhan

Others

4  

Sudeshna Pradhan

Others

ପାରିବାରିକ କଳହ

ପାରିବାରିକ କଳହ

1 min
437

ସୁଖ ଦୁଃଖ ଦୁନିଆର ନୀତି                    

ଯେମିତିକି ଦିନ ଆଉ ରାତି       

ପରିବାର ଗଢ଼ା ବହୁଜନ ମିଶି                   

ଭିନ୍ନ ଭିନ୍ନ ହୋଇଥାଏ ମତି      

ଗୋଟେ ଘରେ ସବୁ ଥିଲେରେ ଏକାଠି              

ଥାଏ ସେଠି ମିଶି ରାଗ, ଛଳ, ପ୍ରୀତି  

ଶ୍ରେଷ୍ଠ ଅଟେ ଆମ ମନୁଷ୍ୟ ଜନମ                

ମାନିବାକୁ ହେବ କିଛିଟା ନିୟମ     

ସଂସାର ଭିତରେ କରିଥିଲେ ଘର                 

ସହିବ ନିଶ୍ଚୟ ପଡିଲେ ପଥର      

ଘରର ମୁଖ୍ୟଙ୍କୁ ସମ୍ମାନ ଦେବା                  

ଭଲ ଉପଦେଶ ମାନି ଚଳିବା         

ମୁଖ୍ୟ ବ୍ୟକ୍ତି ନୀତିନିୟମେ ଥିବେ                 

ଉପଯୁକ୍ତ ନ୍ୟାୟ ବିଚାରୁଥିବେ       

ପାଞ୍ଚ ମନ କେବେ ଏକାଠି ନୁହଁ                   

ପାଞ୍ଚ ଆଙ୍ଗୁଠି ସମାନ ହେବ କି କୁହ    

ତଥାପି ଦଇବ ଦେଇଛି ଗଢି                    

 ନିଶ୍ଚେ ଭଲ କାମ ତାସାଥେ ଯୋଡି     

ପରସ୍ପର ପ୍ରତି ସେନେହ ରଖି                    

ଚଳିଲେ ସଂସାର ହୋଇବ ସୁଖୀ   

ଜିଦ ମନୋବୃତି ସବୁଠି ଜାଣ                    

କଳହ ହେବାର ମୁଖ୍ୟ କାରଣ     

କେବେ ଶାଶୁ ବୋହୁ, କେବେ ମାଆପୁଅ,           

କେବେ ପତିପତ୍ନୀ, ଭାଇ ଭାଇ ମଧ୍ୟ      

ଅବା କେତେବେଳେ ଆନ ବୋଲେ ପଡି          

 ନିଜ ପରିବାର କଥା ନ ବିଚାରି        

ଅନ୍ୟକୁ ଦେଖାଇ ତୁଳନା କରିଲେ                

ଅଂହକାର ଗର୍ବ ମନ ମଧ୍ୟେ ଥିଲେ     

ନିଶ୍ଚୟ କଳହ ହୋଇବ ଯେ ଜାତ                

ସବୁ ସମ୍ପର୍କ କୁ କରିଦେବ କ୍ଷତ      

ଭାଙ୍ଗିବ ସହଜେ ସୁନାର ସଂସାର                 

ଭାଗ ଭାଗ ହେବ ସ୍ୱର୍ଗ ପରି ଘର    

ସବୁବେଳେ ମନ ଅଶାନ୍ତ ରହିବ                  

କ୍ଷଣେ ହେଲେ କିଛି ଖୁସି ନ ମିଳିବ    

ମିଛ ମାୟା ଏହି ସଂସାର ର ଖେଳ               

ବୁଦ୍ଧି ବିବେକରେ କରହେ ବିଚାର   

ଯାହା ଚାଁହ ତାହା ସ୍ପଷ୍ଟ କରି କୁହ                  

ଜ୍ୟେଷ୍ଠ ମାନଙ୍କର ପରାମର୍ଶ ନିଅ   

ଶାନ୍ତିର ସହ ଯେ ଆଲୋଚନା କରି                  

କଳହକୁ ଆମେ ପାରିବା ଘଉଡ଼ି  

ଅମୁଲ୍ୟ ଜୀବନ କ୍ଷଣ କ୍ଷଣେ ଆନ                  

ସଭିଙ୍କୁ ସନ୍ତୁଷ୍ଟ କର ଭଗବାନ   

ସାନବଡ଼ କେହି ନାହିଁ ଏ ସଂସାରେ                  

ଭୋଗକରେ କର୍ମ ଫଳ ଅନୁସାରେ  

ତଥାପି ମନୁଷ୍ୟ ଅଟେ ଶ୍ରେଷ୍ଠ ଜୀବ                

ଧର୍ମ ପଥେ ଗଲେ କଳହ ନୋହିବ ।


Rate this content
Log in