STORYMIRROR

Suresh chandra Padhy

Others

3  

Suresh chandra Padhy

Others

ପାର୍ବଣ ଋତୁ

ପାର୍ବଣ ଋତୁ

1 min
335

ପାର୍ବଣ ଋତୁ ଏବେ ଆମ ପାଖକୁ ଆସିଛି

ମାଆଙ୍କୁ ଭକତ ଡାକୁଛି

କାଶତଣ୍ଡୀ ଫୁଲ ମର୍ତ୍ତ୍ୟରେ ଫୁଟିଛି

ମାଆ ଆସିବେ ବାରତା ସେ ଦେଇ ଯାଇଛି

ଆକାଶରୁ ବାରି ଧାରା ଉଛୁଳି ପଡୁଛି

ମାଆ ଆସିବେ ବୋଲି ସେ କହୁଛି

ଧରାଧାମ ଏବେ ସୁନ୍ଦର ଦିଶୁଛି

ଢୋଲ ମହୁରୀ ବାଇଦ ଶୁଭୁଛି

ଝୁଣା ଅଗୁର ମହ ମହ ବାସୁଛି

ରୁଣୁ ଝୁଣୁ ଘୁଙ୍ଗୁର. ଶବଦ ଶୁଭୁଛି

ସିଂହବାହନରେ ମାଆ ମୋର ବସି ଆସୁଛି

ଦଶଭୁଜା ହୋଇ ସେ ଭକ୍ତ ପାଖକୁ ଆସୁଛି

ମାଆ ମୋର ବିପଦ ହରିବ ବିଶ୍ୱାସ ରଖିଛି

ଭକତିର ଦୀପାଳି ହୃଦୟେ ଜାଳିଛି

ଦୁର୍ଗତିନାଶିନୀ ଦୁର୍ଗା ନାମ ତାର ହୋଇଛି

ବରଷକେ ଥରେ ଦୁଃଖ ବୁଝିବାକୁ ଆସୁଛି

ଶାରଦୀୟ ପାର୍ବଣରେ ସଭିଙ୍କ ମନ ନାଚି ଯାଉଛି

ମାର ଆଗମନେ ଧରଣୀ ରାଣୀ ହସୁଛି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍