STORYMIRROR

Ghanashyam Biswal

Others

3  

Ghanashyam Biswal

Others

ପାପ ଓ ପାପୀ

ପାପ ଓ ପାପୀ

1 min
215

ଭୟ ଲାଗେ ମତେ ଦୁଃର୍ଜନ ସାଙ୍ଗରେ

ସାଥି ହୋଇ ବାଟ ଚାଲିବା

ଭୟ ଲାଗେ ପୁଣି ସ୍ୱାର୍ଥ ହାସଲରେ

ସତ ଜାଣି ମିଛ କହିବା l


ଭୟ ଲାଗେ ମତେ ଅଳସୁଆ ହୋଇ

ପର ଆଶାରାରେ ବଂଚିବା

ଭୟ ପୁଣି ଲାଗେ ଅଭାବରେ ଥିଲେ

ସ୍ୱଭାବକୁ ନଷ୍ଟ କରିବା l


ଭୟ ଲାଗେ ମତେ ହୀନ ଆଚରଣେ

ପରକୁ ଆଘାତ କରିବା

ଭୟ ପୁଣି ଲାଗେ ପାପ କାମ କରି

ପାପୀ ନାମ ନେଇ ବଂଚିବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍