Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ପାପ ନାଶନ ବିଷ୍ଣୁ ସ୍ତୋତ୍ର

ପାପ ନାଶନ ବିଷ୍ଣୁ ସ୍ତୋତ୍ର

1 min
2.1K


• ପାପ ନାଶନ ବିଷ୍ଣୁ ସ୍ତୋତ୍ର

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା pp

• ---------- -------------------- ----------

• ହେ କୃଷ୍ଣ ହେ କେଶବ ହେ ଦୈତାରି ଦୀନବନ୍ଧୁ

• ହେ ମାଧବ ହେ କରୁଣା ମୟ ହେ କୃପାସିନ୍ଧୁ

• ଦୁଃଖ ଦାରିଦ୍ର୍ୟ ଭଞ୍ଜନ ହେ ସିନ୍ଧୁ ଜେମା ବନ୍ଧୁ

• ବାସୁଦେବ ହେ ପରମାନନ୍ଦ ମମ ପ୍ରାଣ ବିନ୍ଦୁ ।।

• ହେ ଶ୍ୟାମ ସୁନ୍ଦର ଗିରିଧର ପୀତାମ୍ଵର ଧର

• ହେ ଶଂଖ,ଚକ୍ରଧର ବଂଶୀ ଧର ଦାମୋଦର

• ଶ୍ରୀବତ୍ସ ଲାଞ୍ଚ୍ଛନ ଧର ରାଧା ଧବ ସୁନ୍ଦର

• କେକୀପୁଛ୍ଛଧର ହେ ଗୋପାଳ ମମ ପ୍ରାଣେଶ୍ଵର ।।

• ନିପ‌ମୂଳ ନଟବର ଶ୍ୟାମଳ ଶାନ୍ତମୂର୍ତ୍ତି

• କଂସନିସୂଦନ ହେ ଯଦୁନନ୍ଦନ ହେ ଶ୍ରୀପତି

• କାଳୀ ଦଳା ଗୋପବାଳା ହେ ନିଧୁବନନିଧି

• ମମ ଦୁଃଖ ଦହନ କାରକ ହେ ବିଶ୍ଵପତି ।।

• ନବୀନ ମେଘ ସୁନ୍ଦର କଞ୍ଜଲୋଚନ ପ୍ରଭୋ

• ମୁନୀନ୍ଦ୍ର ବୃନ୍ଦ ରଞ୍ଜନ ହେ ବୈକୁଣ୍ଠାଧିପ ବିଭୁ

• ସର୍ବାଙ୍ଗେ ହରିଚନ୍ଦନ ଚର୍ଚ୍ଚିତ ହେ ଦୟା ସିନ୍ଧୁ

• ହେ ଜନାର୍ଦ୍ଦନ ଶ୍ରୀଧର କୈ।ସ୍ତୁଭଧର ବିଷ୍ଣୁ ।।

• ଭବାମ୍ଭୋଧିପୋତ ଶରଣ ରକ୍ଷକ ବିଶ୍ଵରୂପ

• ତ୍ରିବିକ୍ରମ ତପୋମୂର୍ତ୍ତି ତ୍ରିବିଧ ପାପ ନାଶକ

• ଜଗତ୍କାରଣ ନାରାୟଣ ପ୍ରଭୋ ନିର୍ବିକଳ୍ପ

• ହେ ଯଜ୍ଞପତି ଯୋଗୀଶ୍ଵର ବନ୍ଦେ ଯଦୁନାୟକ ।।








Rate this content
Log in