STORYMIRROR

Jagabandhu Sahu

Others

4  

Jagabandhu Sahu

Others

ପାପ ଗ୍ରସ୍ତ ଆଜି ମହୀ

ପାପ ଗ୍ରସ୍ତ ଆଜି ମହୀ

1 min
215

ପାପ ଭାରେ ଆଜି ଭରି ଅଛି ମହୀ

   ପୂଣ୍ଯର ପୃଥିବୀ ପରେ

ଆହେ ଚକ୍ରଧାରି ଆସ ଅବତରୀ

   ପାପି ସଙ୍ଗାରିବ ଥରେ


ସତ୍ଯ ଯୁଗରେ  ଲକ୍ଷ୍ମୀଙ୍କ ସାଥିରେ

    ବସିଥିଲ ବଇକୁଣ୍ଠେ

ଗଜ ଡାକଦେଲା  ରଖ ନାରାୟଣ

   ଶୁଭି ଗଲା ତତ୍ କ୍ଷଣେ

 

କୁମ୍ଭୀରକୁ ମାରି   ଗଜ ଉଦ୍ଧାରିଲ 

    ରଖିଲ ଭକତ ପଣ

ଏ କଳି ଯୁଗରେ ମାଆ ସାଥେ ପୁତ୍ର

    ଚାଲିଗଲା ଦୁଇ ପ୍ରାଣ


କାଇଁ ଶୁଭିଲାନି  ଗଜରାଣୀ ଡାକ

    ଆହେ ପ୍ରଭୁ ନାରାୟଣ

ମଣିଷ ରୁପି ଏ ରାକ୍ଷାସ ମାନେ ଯେ

   ଛଳେ ନେଲେ ତାର ପ୍ରାଣ ।


କିଆଁ ଡାକିଲାନି  ଗଜରାଣୀ ତୁମକୁ

    ଦେଲ ନାହିଁ ତୁମେ ଧ୍ଯାନ

ପୂଣ୍ଯର ପୃଥିବୀ ପାପ ଭାରେ ଆଜି

    ହୋଇଛି ରକ୍ତାତ ବର୍ଣ୍ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍