Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା – ୯

ପାନ୍ଥଶାଳା – ୯

1 min
235



ଅବଶ୍ୟ ମଉଳି ଯାଇଛି ତା’ ବୈଠକିର ଗାରିମା

ଭୟ ନାହିଁ ଆଉ କେହି ଅଚାନକ ପଶି ଆସିବାର, କି

ଭୟ ମଧ୍ୟ ନାହିଁ

ଜରାଜୀର୍ଣ୍ଣ ତା’ର ବୈଠକଖାନାର

ଦଦରା ସିଂହାସନରେ ଉପବିଷ୍ଟ କେହି

ମହାମହୀମଙ୍କୁ୤


ଏଠିତ ଏବେ ଖାଁ ଖାଁ ଖରାବେଳ

ତତଲା ଝଞ୍ଜିରେ ଜଳି ଯାଇପାରେ ହିଆ

କିଏ ବା ଆସିବ ଏଠିକି

ଖୋଜିବାକୁ କୋହିନୂର ହୀରା

ଆସନ୍ନ ଅଂଶୁଘତ କୁ ବେଖାତିର କରି?


ଅପେକ୍ଷା କରିଛି କିନ୍ତୁ , ପାନ୍ଥଶାଳା

ହୁଏତ ଆସିବ କେହି ଜଣେ ନିର୍ଲୋଭୀ ପାନ୍ଥ

ଖାତିର୍‌ ନଥିବ ଯାରଅ ଜଳିବାକୁ

ଡହଡହ ଜୁଇର ନିଆଁରେ

ତତଲା ଝାଞ୍ଜି ବା’ କି ଛାର?


କିଏ କହିବ ?

କେବେ ପୂରଣ ହେବ ତା’ର ଏ ଆଶା

ଅମୋଘ ଏକ ସାନ୍ନିଧ୍ୟ ପାଇ

କେବେ ଜୀବନ୍ୟାଶ ପଇଯିବ ଏ ପ୍ରେତପୁରୀ

ପ୍ରତିକ୍ଷଣେ କରୁ କରୁ ସର୍ବେକ୍ଷଣ

କବର ଗ୍ରସ୍ଥ ପ୍ରେତଙ୍କ ତାଲିକା୤


Rate this content
Log in