STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା -୩

ପାନ୍ଥଶାଳା -୩

1 min
185

ପାନ୍ଥଶାଳା -୩ 


ଖାଁ ଖାଁ ତା’ର ପରିସରରେ ଆଜି ବିରାଜୁଛି

ଅନୂଢା ଏକ ନହିଁ ନାହିଁର ଭାବ  


ସବୁ ସତ୍ତ୍ୱେ ଜଡେଇ ରହିଛି କିନ୍ତୁ କିଛି ମୁଗ୍‌ଧାନୁଭବ

ଦୁଆର ଅବା ଝରକାରେ ଲଟକି ରହିଥିବା

ଚିରାଫଟା ପରଦା ଖଣ୍ଡରେ ଅଧାଗଢା ନକ୍ସା ଭାବରେ  


ଏବେବି ସାଇତା ରହିଛି

ତା’ର କୋଠରି ଭିତରେ ଖୁବ୍‌ ଅନାଦର ଭାବେ

ସାକ୍ଲାର ଅପେକ୍ଷାରେ ଧାଡି ବାନ୍ଧି ଥିବା

ଅନେକ ସ୍ୱପ୍ନ

ଭଙ୍ଗାରୁଜା ତା ଚଟାଣର ଧୂଳିରେ

ପୋତି ହୋଇ ରହିଛି ଅନେକ କ୍ଲୀଷ୍ଟ ବୁଝାମଣା ପତ୍ର  

ଛିଣ୍ଡା ଛିଣ୍ଡା ବିଜୁଳି ତାରରେ ତା’ର

ଛନ୍ଦି ହୋଇ ରହିଛି ଅନେକ କୁଆଁରୀ ମନ  


କ୍ଷୀଣ ଶରୀରରେ ବି କାନ୍ଧେଇ ଚାଲିଛି ସେ

ଆଗାମୀ ପିଢିଙ୍କପାଇଁ

ଇତିହାସର ଏକ ଜୀର୍ଣ୍ଣ ପାଣ୍ଡୁଲିପି  

--------------------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍