STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା -୨

ପାନ୍ଥଶାଳା -୨

1 min
214


ଉଜୁଡା ପରିସରକୁ କୁଣ୍ଢେଇ

କେତେ ଦିନ ମୁଣ୍ଡ ଟେକି ଠିଆ ରହି ପାରିବ

ପାନ୍ଥଶାଳା୤


ପାନ୍ଥ କେହି ଆସୁ କି ନଆସୁ ଏଠିକି

କିଛି ବି ଆଳରେ

ଆଉ ଯାଏ ଆସେ ନାହିଁ ତାର କିଛି

ଖୁବ୍‌ ପରିତ୍ୟକ୍ତ ଏବେ ଯେଣୁ ସେ, ଆଉ ତାର ପରିସର

ଆମ ନଜର ସାମ୍ନାରେ୤


କିଏ ଜାଣେ?

କେବେ ଗଡିଯିବ ତାର କ୍ଲାନ୍ତ ଅବୟବ

ସର୍ବଂସହା ଏ ମା’ ର କୋଳରେ

ଆଖିମିଟିକାରେ୤


ବରାଦିବାକୁ ହେବ ଅବଶ୍ୟ କିଛି ଗେଣ୍ଡୁମାଳ

ସମୟର ଏକ ଆନୁମାନିକ ଆକଳନରେ

ଠାବ କରି ଡକେଇ ନେବାକୁ ହେବ

ତା’ର ନିୟମିତ ଅନ୍ତେବାସୀଙ୍କୁ

ଅନ୍ତତଃ କନ୍ଦିବାକୁ ହେବ କିଛି କୁମ୍ଭୀର କାନ୍ଦଣା

ଦଣ୍ଡେ କି ମୁହୂର୍ତ୍ତେ

ତର ଏକ କଳ୍ପିତ ବିଲୁଣ୍ଠନରେ୤



Rate this content
Log in