STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା -୧

ପାନ୍ଥଶାଳା -୧

1 min
170


ପାନ୍ଥଶାଳା,

ହଜେଇ ସାରିଛି ସବୁ ପୁରୂଣା ଗୌରବ

ଠିଆ ରହି ରଙ୍ଗ ହଡା ଅବୟବରେ ଏବେ

ହାତଟେକି ମାଗୁଛି ମୁକ୍ତି

ଆକାଶକୁ।


ଜାବୁଡି ଧରିଛି ବିଗତ ଦିନର ମୁଗ୍‌ଧାନୁଭବକୁ

ହସ୍ତାନ୍ତର କରିଦେବ ଜଣେ ଉପଯୁକ୍ତ ଦାୟାଦଙ୍କୁ

ଭୁଲୁଣ୍ଠିତ ହେବାର ଯଥେଷ୍ଟ ଆଗରୁ।


ଅନେକ ଦୀର୍ଘଶ୍ବାସର ମୂକସାକ୍ଷୀ,

ଅନେକ ଆଶା, ପ୍ରତ୍ୟାଶା ଓ ହତାଶାର

ଭାରରେ ନତଜାନୁ,

ଆଉ ଅନେକ ଆଶ୍ଳେଷର ଅମରାବତୀ

ଇଏ ଇମାରତ

ଅପେକ୍ଷାରତ ଏବେ ନିଜର ଜୀର୍ଣ୍ଣଶୀର୍ଣ୍ଣ

କାୟାର ଧ୍ବଂଶାବଶେଷ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍