STORYMIRROR

Debasis Ray

Others

3  

Debasis Ray

Others

ପାନ୍ଥ

ପାନ୍ଥ

1 min
288

ସୀମାହୀନ ଜୀବନର ପଥ  ଗତିଶୀଳ

ତାହା ମାଧ୍ୟରେ ଆମ ସବୁ ପାନ୍ଥଙ୍କ କୋଳାହଳ 

ଅବିରତ ଧାବିତ, ନାହିଁ ସମୟର ପରିସୀମା

ନାହିଁ କରିବାକୁ ବଳର ଆକଳନ ବା ନିଜକୁ ଦେବାକୁ କ୍ଷମା

ଜଣେ ଅନ୍ୟ ଜଣକୁ ପୂର୍ଣ ଜିତିବାର ଇଛା

କଳେ ବଳେ କୌଶଳେ ଅତିକ୍ରମ କରିବାର ଆଶା

ବିଶ୍ରାମ ନେବାକୁ କରୁ ଅଭିମାନ ଓ ଅନିଚ୍ଛା

ଅନ୍ୟ କେହି ଜିତିଯିବାର ଭୟ

ଆତଙ୍କିତ କରେ ହୃଦୟ

କେଉଁଠି କ୍ଷମତା ପୁଣି କେଉଁଠି ଧନର ଆଶା

ସେଥିରୁ ପୁଣି ଯଶ ଲାଭର ଅବିରତ ପ୍ରତ୍ୟାଶା

ଆତ୍ମସ୍ଥ ହେବାକୁ ନାହିଁ ବେଳ ଅବା ହବାକୁ ସ୍ଥିତପ୍ରଜ୍ଞ

ହୁତ ହୁତ ହୋଇ ଜଳିଚାଲିଛି ଜୀବନର ଯଜ୍ଞ

ତାହାମଧ୍ୟେ ଆହୂତି, ଦୌଡ଼ିବାର ପ୍ରଚେଷ୍ଟା

ଅଜାଣତରେ ଆତ୍ମାରୁ ଶବ୍ଦ ଗୁଂଜରିତ ହୁଏ

ମନୁଷ୍ୟ! ଏହା ତୋର ମୂର୍ଖତା

ଜୀବନର ମରୁଭୂମିରେ ଦେଖୁତୁ ମରୀଚିକା

ତଥାପି ଧାବିତ ହେବାର ନାହିଁ ଶେଷ

ଧନ୍ୟ ମନୁଷ୍ୟ ଧନ୍ୟ ତୋ ଆକାଂକ୍ଷା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍