STORYMIRROR

Debadatta Jena

Others

3  

Debadatta Jena

Others

ପାଣିରେ ପାଣି...

ପାଣିରେ ପାଣି...

1 min
257


ପାଣିରେ ପାଣିରେ ପାଣି!


ତୁ ବରଷା ରାଣୀ, ରଂଗରେ ରୂପରେ, 


ସ୍ଵାଦରେ, ଗଂଧରେ 


ରହୁ ମନ ଜାଣି, 


ରେ ପାଣି! 


ପାଣିରେ ପାଣି, ରେ ପାଣି!


କେବେ ନଈ ପାଣି, କେବେ କୂଅ ପାଣି


କେବେ କଳସୀରେ, କେବେ ସରସୀରେ 


ଦରଦୀ ଆଖିରେ, ଅଳସୀ ମନରେ, 


ଉଦାସୀ, କାହିଁ କେଜାଣି? 


ରେ ପାଣି!


ପାଣିରେ ପାଣି, ରେ ପାଣି!


ଆକାଶ ମଥାରେ, ବଉଦ ସାଥିରେ 


ମମତାର ଡୋରେ, ସ୍ନେହ ସୋହାଗରେ  


ନଦୀର ଝରରେ,ଝରଣା କୋଳରେ 


ସାଗର ଦେହରେ ତୁ ଲୁଣି? 


ରେ ପାଣି!


ପାଣି ରେ ପାଣି, ରେ ପାଣି! 


ଆଖିର କୋଣରେ, ଦେହର ଘର୍ମରେ 


ଲୋତକ ଧାରରେ, ହୃଦୟ ହର୍ମରେ 


ଲୁହରେ ଲହୁରେ, ଅଶ୍ରୁଳ ସଜଳେ  


ଶବ୍ଦର ନିକ୍ୱଣେ,ରିମଝିମ ସୁରରେ 


ମନ ପାରୁ ଜିଣି!


ରେ ପାଣି! 


ପାଣିରେ ପାଣିରେ ପାଣି!


ମେଘରୁ ବରଷୁ, କାକରରେ ହସୁ 


ମରମରେ ଭିଜୁ, ସରମରେ ଶିଝୁ 


ମନ ତଳେ ଆସୁ,ଛାତି ତଳେ ହଜୁ 


କରି ପାରୁ ତୁ ଋଣୀ! 


ରେ ପାଣି! 


ପାଣିରେ ପାଣି ରେ ପାଣି!


ବରଫ ସୃଷ୍ଟିରେ, ବାଷ୍ପୀୟ ରଶ୍ମିରେ 


ଲହରୀ ଉର୍ମିରେ, ଶାମୁକା ବକ୍ଷରେ 


ଶିଉଳି ଓଠରେ, ଲାଜୁକି ତୁଠରେ 


ଇନ୍ଦ୍ରଧନୁ ଆଙ୍କୁ ପୁଣି! 


ରେ ପାଣି!


ପାଣିରେ ପାଣି!ରେ ପାଣି


ଜୀବନ ସିନ୍ଧୁରେ, ମୋ ପ୍ରାଣ ବିନ୍ଦୁରେ 


ମନ ଗହନରେ, ଏଇ କାହାଣୀରେ, 


ଲାଗୁ, ଜାଣି ସିଆଣୀ!


ରେ ପାଣି!!


ପାଣିରେ ପାଣି!ବରଷା ରାଣୀ


ରେ ପାଣି!!!


     










 



Rate this content
Log in