STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ପାନ ପେଢ଼ି ।

ପାନ ପେଢ଼ି ।

1 min
13.5K


ପାନ ପେଢ଼ି ।

କେତେ ଦିନ !ଏମିତି ଚୁପ ରହିବ , ଦେଖି ପାରୁଛି,ତମ ମୁଖ ମଣ୍ଡଳର ଆଭା, ସ୍ମିତି ହାସ୍ୟ, ଆଖିର ଲାଳିମା , ଦୂରେ ଥାଇ , ମନ ଗହନ କଥା, କେତେ ଦିନ ସାଇତି ରଖିବ ସନ୍ତକ ବାକ୍ସ ଆଉ ପାନ ପେଢ଼ି, ଖୋଲି ଦିଅ ପିଟରା, ସୁବାସିତ ପାନ ପତ୍ର ରେ ସିଞ୍ଚନ କର କିଛି ଗୋଲାପ ଜଳ, ଗୁଆ ଆଉ ଚୂନ, ତା ସହ କ୍ଷୀର ମିଶା ଗିଲାଖଇର , ଜଫ୍ରାନି ପତି ,ଅଳେଇଚ, ଲବଙ୍ଗ, ଦିଅ କିଛି କିସମିସ,, ନାଲି ଓଠ , ନାଲି ଜୀବହ୍ୱା ,ଖର ନିଶ୍ୱାସ ହୋଇ ଯିବନି ପ୍ରଶମିତ, ଜଳୁଥିବା ଅଗ୍ନିର ଦହନେ ତମ ଶରୀର , ପାନ ଖଣ୍ଡେ ତ , ନା ସୁନା,ରୂପ ଟଙ୍କା ,ଗହଣା, ଯେ ସରି ଯିବ , ରହି ଯିବନି ଭାବ ସାରା ଜୀବନ , ମନ ଆୟତ ଉପଶମ ଚିକିସ୍ତକ ଯେ ତୁମେ, ଖୋଲ ତୁମ ସଦା ବାହାର ପାନ ଥରେ ଦେଇ ତ ଦେଖ ମତେ ତମ ପୁରୁଣା ସନ୍ତକ ବାକ୍ସରେ ସାଇତା ଆଇମା ବୁଢ଼ୀଙ୍କ ""ପାନ ପେଢ଼ି "" ।

ରାମ ପ୍ରସାଦ ବିଶୋଇ । (କାଶ୍ୟପ) ତା-୦୪-୦୬-୧୬ ସକାଳ-୫-୫୫ ମି. ରାୟଗଡ଼ା ।


Rate this content
Log in