STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ପାଳଭୂତ

ପାଳଭୂତ

1 min
510



ଶଶାଙ୍କ ଶେଖର ରାୟ


ସକାଳରୁ ସଞ୍ଜ

ସଞ୍ଜରୁ ସକାଳ

ଜଗିଥାଏ ମୁଁ ମାଲିକର କ୍ଷେତ

ଡ଼ବ ଡ଼ବ ଆଖିରେ ଚାହିଁ ରହିଥାଏ

ଦିଅଁ ଜଗନ୍ନାଥ ପରି

ଟେକି ମୋର ଦୁଇହାତ ।

ପାଳ ନଡା ପାତିଆ

ଚିରାଜାମା ମାଟିଆଟିକାରେ

ଗଢିଥିଲା ଦିନେ ମାଲିକ ମୋତେ

ମଝିକ୍ଷେତେ କରାଇ ଠିଆ

କହିଥିଲା ଜଗିବା ଛଡା

ଫସଲରେ ମାରିବୁନି କେବେ ହାତ ।

କାହିଁକି କେଜାଣି

ବେଳେବେଳେ ମୋତେ ଲାଗେ

ଏ ସବୁଜ କ୍ଷେତ ଗୋଟାପୁଣି ମୋର

ଏକାନ୍ତ ଆପଣାର

ଛାଡିଯିବାକୁ ହୁଏନି ମନ

ଦେଖି ପାଚିଲା ସୁନେଲି ସପନ ।

ଜିଦ୍ କରା ଛୋଟ ଶିଶୁଟି ପରି

ଗୋଡ କଚାଡି କଚାଡି କାନ୍ଦୁଥାଏ

ଦୋକାନ ଭର୍ତ୍ତି ଖେଳନା

ସବୁ ଯେମିତି ଏକା ମୋର ।

କାନ ଧରି ସମୟଟା

ଅମଳ ଶେଷେ

ଟାଣିନିଏ ମୋ ହାତ

ଦେଖାଇ ଅପନ୍ତରା ନାଳ ନର୍ଦ୍ଦମା

କହୁଥାଏ ଏଇଟି ତୁମ ବାସ ।

ଆମେ ସବୁ ପାଳଭୂତ

ଜଗିଥାଉ ମାଲିକର କ୍ଷେତ

ସହି ଖରା ବରଷା କାକର ଶୀତ

ଗାଇ ଗାଇ ଜୀବନ ସଙ୍ଗୀତ

ମୋହ ସାଙ୍ଗେ ବସିବାନି ମିତ

ଭୁଲିଯିବାନି କେଵେ ଆମ ଅତୀତ

ଜଗିବାକୁ ହେବ ଆମକୁ ଏଠି

ଆଉ କାହାର କ୍ଷେତ ।


ମୋ- ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


Rate this content
Log in