STORYMIRROR

pranati Mahapatra

Others

2  

pranati Mahapatra

Others

ପାଇଲି ଠୋକ୍କର

ପାଇଲି ଠୋକ୍କର

1 min
154


ରାସ୍ତା କଡରେ ପାଗଳ ଭଳି ଉନ୍ମତ ନୃତ୍ୟ ଥିଲା ତା'ର।

କେତେବେଳେ କଣ କହୁଥିଲା କିଛି ବୁଝି ହେଉ ନ ଥାଏ,

ହେଲେ ଚିହ୍ନା ଜଣା ପିଲାଟା ପୁଣି ଭରପୁର ସଂସାର

କିବା ଏହି ରାଜରାସ୍ତାକୁ ପଶିଆସି ହୁଏ ହରବର।

ପାଶେ ଯାଇ ବୁଝାଇ ସୁଝାଇ ଆଣିଲି ମୋ ଘରକୁ

ସବୁ କଥା ଶୁଣି ଆଗେଇଲି ସାହାଯ୍ୟ କରିବାକୁ।

ଖାଇବା ପିଇବା ନାଇବାର ସୁବନ୍ଦୋବସ୍ତ କରି,

ପେଟ ମୁଣ୍ଡ ଥଣ୍ଡା ପରେ ଖୋଲିଦେଲେ ଯନ୍ତ୍ରଣାର ପେଡିକୁ,

ଆଶାର ଆଲୋକ ଦେଖାଇବାର ପ୍ରତିଶୃତି ରଖିଲି।

କରିଲି ମଧ୍ୟ,

ଶ୍ରମଦାନ,ଅର୍ଥ ଦାନ,ସମୟ ଦାନ କରି 

ଅସ୍ଵଛଳ ସ୍ଵଛଳ ଆଡକୁ,

ଅନ୍ଧାର ରୁ ଆଲୋକ ଆଡ଼କୁ

ଦୁଃଖରୁ ସୁଖ ଆଡକୁ

ବାଟ କଡେଇ କଡେଇ ମୁଁ ହୋଇଗଲି ନିଃସ୍ଵ।


ତୁ କିଏ?କଣ ଦେଇଛୁ ?ମୋର କଣ କରିଛୁ?

ମୁଁ ତୋତେ ଜାଣେନା କି ଚିହ୍ନେନା।

ଦାନର ପ୍ରତିଦାନ ରେ ପାଇଲି ଲାଞ୍ଛନା,ଗଞ୍ଜଣା,ଘୃଣା, ନିନ୍ଦା, ଅପମାନ 

ହୋଇଗଲି ମୁଁ ପ୍ରତାରଣା ର ଶିକାର।

ତା ଠାରୁ, ୟା ଠାରୁ,

ସମସ୍ତଙ୍କ ଠାରୁ,

ଶିଖିଲି ଶିକ୍ଷା,

ପାଇଲି ଠୋକ୍କର।

ସେଦିନର ସେ ଘଟଣା ଶିଖେଇ ଦେଲା ଅନେକ କିଛି

ହାତେ ମାପି ଦୁଇ ଆଙ୍ଗୁଳି ଚାଲୁଛି ଏବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍