ପାଇଖାନା ଲାଗି ହିନିସ୍ତା ହେଲି
ପାଇଖାନା ଲାଗି ହିନିସ୍ତା ହେଲି
ଗାଁ' ନୁ ସହର୍ କେ ଆଇଛେ
ପହେଲା କରି ବୁଲି,
ବନେ ସୁତର୍ ସାତର୍ ଥିବାରେ
ମନେ ଭାବୁଛେ ଖାଲି ।
ଠିକ୍ ସମିଆଁ ଥି,ପେଟ୍ ଗଲାନ ଗର୍ଜି
ବସ୍ ନୁ ଉତୁରୁନ୍ କରି,
ହଗି ଯିବାର୍ ଲାଗି ହେଲିନ ଘାଟି
ରହି ନାଇଁ ହେବାର୍ ଦମ୍ ଧରି ।
କେନ୍ତା କେନ୍ତା ଲାଗଲା ନ ମତେ
ହଗା ଲାଗଲା ନ ବଢେ ଟେ,
କେନୁ ହଗମୀ,କେନୁ ହଗମୀ ଭାବିକରି
ହେଇଗଲି ବାଏବିଛୋ ରେ ।
ମୁଇଁ ହଗସି,ଜଙ୍ଗଲ୍,ପାହାଡ୍ ଖୁଲା ନେ
ଧୁତି/କରିଆ ଖୁଲିକରି,
ସହରେ ଯାହି ଦେଖବ୍ ଘର୍ ,ଦୁଆର୍
କେନ୍ତା ହଗମି ପଏର୍'ଛା କରି ।
ଧୁତି ଥି ହଗି ଦେବାର୍ ବେଲ୍ ହେଲାନ
ଦମ୍ ଦରି ନାଇଁ ହୁଏନ,
ତନାବନା ହେଇଗଲି ରେ ନୁରି ଖୁଜି
ଖୁଲା ଜାଗା ନି ପାଏବାର୍ ନ ।
କିଛି ଉପାଏ ନାଇଁ ମିଲ୍'ଲା ଯେଭେ
ଲୋକ୍ ଗୁଟେ କେ ପଚରାଲି,
କେନ ବନେ ଜାଗା ଟିକେ ମିଲ୍'ବା
ହଗି ଯିମି ବଲି କହେଲି ।
ଲୋକ୍ ଟା ବନେ ଭଲ୍ ଟେ ଥିଲା
ଜାଗା ଗୁଟେ ଦେଖାଲା,
ହେନ୍ କେ ଯ ହଗବ କହି କରି
ସେଠାନୁ ସେ ପଲାଲା ।
ଚକାଚକ୍ କରି ସୁନ୍ଦର୍ ଦିସୁଥିଲା
ଛାତ୍ ଘର୍ ଲାଗୁଥିଲା,
ଦେଖିକରି ମୁଇଁ ଡରିଗଲି ସତେ
ଯୋର୍ ସେ ହଗା ଲାଗଲା ।
ବାହାରେ ବସି ଥିଲା ଲୋକ୍ ଟେ
ଚଉକି ଟେବୁଲ୍ ପାରିକରି,
ଦମ୍ ପୁରେଇ ଜୁହାର୍ କରି କହେଲି
ହଗା ଲାଗୁଛେ ବଲିକରି ।
ଲୋକ୍ ଟା ଟିକେ ହସି କରି କହେଲା
ପାଚ୍, ଦଶ୍ ଟଙ୍କା ଦିଅ,
ତାର୍ ପରେ ଯ ହେ ଘର୍ ଭିତର୍'କେ
ଧୁତି ଖୁଲିକରି ହଗବ ।
ଭିତର୍'କେ ଗଲି ଯେଭେ ଦେଖିଦେଲି
ହେଇଛେ ପାଇଖାନା ଘର୍,
ଆମର୍ ଘରେ ସରକାର୍ ଦେଇଛେ ଯେ
ଛେଲ୍ କରିଛେ ତାହାକେ ନିଜର୍ ।
ଲୋକ୍ କେ କହେଲି ସୁନ୍ ତରେ ବାବୁ
ଇଟା କେନ୍ତା ତୁଇଁ କଲୁ,
ପଏର୍'ଛା ଜାଗା କହିକରି ମତେ
ପାଇଖାନା କେ ଢୁକାଲୁ l
ଲୋକ୍'ଟା କହେଲା ରାଗି କରି
କେନ୍ ଠାନୁ ଆଇଛ ବଲି,
ତମର୍ ଘରେ ସରକାରୀ ପାଇଖାନା ନାଇନ
କେନ୍ ଠାନେ ହଗ୍'ସ ବଲି ।
କିଛି କଥା ପଦେ କହି ନାଇଁ ପାର୍'ଲି
ଚୁପ୍'ଚାପ୍ ରହେଲି ତାହି,
ବୁଧିବନା ହେଇଗଲା ଯେତେବେଲେ
ପାଇଖାନା ଭିତିରେ ଢୁକ୍'ଲି ।
ଅସକଟେଇ କରି ହଗିଦେଲି ମୁଇଁ
ଉସାସ୍ ଲାଗଲା କେତେ,
ପାଏଖାନର୍ ବେଭାର୍ ସିଖେଇ ଦେଲା
ସହର୍ ଦିନେ ତି ସତେ ।
ପାଏଖାନାର୍ ବେଭାର୍ ସବେ ସିଖି ଯ
ସରକାର୍ ଦେଉଛେ ମାହାଲିଆ,
ମୋର୍ ଲେଖେ ନେହେଲେ ହିନିସ୍ତା ହେବ
କହକରି ରେ ଗଅଲିଆ ।
