STORYMIRROR

Chittaranjan Nanda

Others

3  

Chittaranjan Nanda

Others

ପାଇବିନି ଶାନ୍ତି ସ୍ୱାର୍ଥପରତାରେ

ପାଇବିନି ଶାନ୍ତି ସ୍ୱାର୍ଥପରତାରେ

1 min
163

ଜୀବନ ଯୁଦ୍ଧରେ ନିଜ ପରିଚୟ

ତ ଖୋଜୁଛି 

ନିଛକ ସତ୍ୟକୁ ମିଥ୍ୟା ଚାଦର 

ତଳେ ଢାଙ୍କିଛି ......1


ଆଶା ସମ୍ଭାବନା ନେଇ ଜନ୍ମିଛି 

ସଂସାରରେ 

ସ୍ୱର୍ଗକୁ ନିଶୁଣି ଗଢିବାର ଅାଶ 

ଅଛି ମନରେ ......2


ବିଶ୍ଵ ବିଜୟୀ ହେବା ସ୍ୱପ୍ନରେ 

ରହିଛି ଶୋଇ 

ଚିର ସତ୍ୟ ମୃତ୍ୟୁ ତ ଅପେକ୍ଷାରେ 

ଅଛି ରହି  ......3


ଛ' ଖଣ୍ଡ ବାଉଁଶର କୋକେଇରେ 

ତ ଶୋଇବି 

ଭାବେ ସ୍ୱାର୍ଥ ମିଥ୍ୟା ଅଂହକାର 

କେବେ ଛାଡିବି .......4


ଦେଖୁଛି ଜଳଜଳ ମୋର ନଗ୍ନ 

ଛଦ୍ମ ପରିଚୟକୁ 

କିପରି ରହିଛି ମୋହ ଅନ୍ୟକୁ 

ଦଂଶନ କରିବାକୁ .....5


ଅହଂକାରର ଭାବନାରେ ଯୁଦ୍ଧ 

ଭୂଇଁର ଆର୍ତ୍ତ ଚିତ୍କାର

ଶୁଣୁଛି ଦେଖୁଛି ଯୁଦ୍ଧ ଆତଙ୍କ ଓ 

ଭୟଙ୍କର ଭୟର .....6


ଦେଖୁଛି ସରଳ ମଣିଷ ଆଖିରୁ 

ଝରୁଥିବା ରୁଧିରକୁ

ଲାଭ କଅଣ ପାଇବି ମାୟାରେ 

ଗୋଡେଇବାର ଇଛାକୁ ....7


କପଟ ଇର୍ଷା ହିଂସା ପରଶ୍ରୀ-

କାତରତା ବଶବର୍ତ୍ତୀରେ 

କେହି ପାଇନି ଓ ପାଇବନି ଶାନ୍ତି 

ସ୍ୱାର୍ଥମୟ ବିଛୁଆତିରେ ....8



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍