STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ପାଇବାର ଅନ୍ୟ ନାମ ଯେ ରାଧା ।

ପାଇବାର ଅନ୍ୟ ନାମ ଯେ ରାଧା ।

1 min
14.4K


ପାଇବାର ଅନ୍ୟ ନାମ ଯେ ରାଧା ।

ତମେ ଅଛ କି ? ନାହିଁ , ଜାଣେନା ମୁଁ ! ପ୍ରତି ସକାଳୁ ଶୁଣେ ! ତମ ରାଗ ରାବଳି ଦେଖିନି କି ଶୁଣିନି ଜାଣିଛି କିନ୍ତୁ ଅପରିଚିତା , ଲେଖେ ନିତି ସକାଳୁ ଗୋଟିଏ କବିତା , କେବେ ଆସ କେବେ ନ ଆସ ଆସିଲେ କିନ୍ତୁ କହ ମୁଁ ଏକା ତମର , ଶୁଣୁଛ ତ ! ମୋ ମନ ବଂଶୀ ସ୍ୱର , ପଢି ପାରୁଛ କି ? ମୋ ଆବେଗ , ଯମୁନା କାନ୍ଦୁଛି , କାନ୍ଦୁଛି କଦମ୍ବ ମୁଳ, ରଜସ୍ୱଳା ମାଟି କେବେଠୁ ହରାଇଲାଣି ତା ଅଦ୍ରତା , ଚଉଥିରାତିରେ ବର କିଏ ? ପଚାରୁଛି ପରିନିତା , କିଏ ? ପର କିଏ ? ଆପଣାର ଅନ୍ଧ ପଟ୍ତଳି ବାନ୍ଧି ବସିଛି ଗାନ୍ଧାରୀ, ଭୋକ ବିକଳରେ ତମ ବିରହେ କଣ୍ଟା ଗୁଳ୍ମ ଚୋବାଇ ଚାଲିଛି, ଝରୁଛି ଓଠରୁ ମୋ ଯନ୍ତ୍ରଣାର ରକ୍ତ ତମେ କାହୁଁ ବୁଝିବ, ମୁଁ ତା ବୁଝି ସାରିଛି ପାଇବାର ଅନ୍ୟ ନାମ ଯେ ରାଧା ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ମେଜେଷ୍ଟିକ, ବାଙ୍ଗାଲୋର , ରାତ୍ର-୯-୩୪ ମି , ତା-୧୪-୦୬-୧୬ .।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍