ପାଇବ ସେ ଶୋଭା
ପାଇବ ସେ ଶୋଭା
1 min
177
ପଳାସ ର ରଙ୍ଗ ଦେଖିଛକି କେବେ
ରୂପେ ଥାଏ ମଧୁରତା
ଗ୍ରୀଷମ ପ୍ରବେଶେ ଫୁଟିଥାଏ ବୃକ୍ଷେ
ମନେ ଥାଏ ଉଦ୍ଦାମତା।
ମନେଥାଏ ଧୈର୍ଯ୍ୟ ସହନଶୀଳତା
ରହିଥାଏ ଚାହିଁ ସିଏ
ଶିବଙ୍କ ମସ୍ତକେ ପାଇବ ସେ ଶୋଭା
ବରଷକେ ଥରେ ସିଏ।
ଯିଏ ଯାହା କହୁ ପରତେ ଯାଏନି
ଯୁବକ ସ୍ବଭାବ ତାର
କମଳାର ରଙ୍ଗ ଝଲସି ଉଠଇ
ସୃଜନ ଦିଅଇ ଠାର।
ନାରଙ୍ଗୀ ବସ୍ତ୍ରରେ ମିଳଇ ତ ଶାନ୍ତି
ଭଜୁଥାଏ ହରିନାମ
ସଂସାର ସେ ତେଜି ଜଗତ କଲ୍ଯାଣେ
ସେବୁଥାଏ ଭଗବାନ।
