STORYMIRROR

Sanjukta Padhi

Others

3  

Sanjukta Padhi

Others

ପାହାଡ଼

ପାହାଡ଼

1 min
265

 

ହେ ବୁଢା ଡଙ୍ଗର,

ପାଦରେ ତୋ ମୋର ଜୁହାର

ତୁ କାମଧେନୁ ଆମ

କେସିଙ୍ଗା ବାସିଙ୍କର

ଶିରେ ତୋ ବିରାଜମାନ

ପାତାଳ ଗରୁଡ଼ ରୂପି ଈଶ୍ଵର,

ଅଧ୍ୟାୟ ପଡୁ କି ପଡୁ

ଭକ୍ତ ଙ୍କୁ ଯାଇଛି ଯେଉଁ ବର । 

 ନାମ ସଂକୀର୍ତ୍ତନ ମଣ୍ଡପରେ

 ଛପା ହରେ ନାମ ଉଚ୍ଚରେ

 କେତେ ଜନତା ଙ୍କ ସମାଗମ

 ଯାନି ଯାତ୍ରା ଭୋଜି ମଉଛବ 

 ପ୍ରହରୀ ଚାଲେ ମାଘ ମାସରେ ।


ଯୋଗାଉ ଜଳ ତୁ 

ସାରା ସହରଠାରୁ

ନଈରୁ ପାଣି କି ତୋ

ଜନ୍ମଲାଭ ପେଟ ଭିତରକୁ ।

ଗ୍ରାମ ଦେବତୀ ଙ୍କ ତ

ନିରାଡମ୍ବର ଆଶ୍ରୟସ୍ଥଳୀ

ସେଥିପାଇଁ ତୋ ନାଁ ଏଭଳି

ଶୁଭ କାମ କରେ ନାହିଁ ।

ମଙ୍ଗଳ ଵାସରେ ତୋ ଅଧିବାସ

ସନ୍ଧ୍ୟା ଧୂପ ଖାଇ ହେଉ ସରସ

କେତେ ଗଛ ବୃକ୍ଷ ତୋ ଦେହରେ

ପାଉ ଫଳ ମୂଳ ଦାରୁ

ତୃପ୍ତ ହୁଏ ଦୁଃଖି ତୋ କୃପାରୁ ।

         


Rate this content
Log in