STORYMIRROR

#all in one adii

Others

3  

#all in one adii

Others

ପାହାଡ଼

ପାହାଡ଼

1 min
248

ଅଚଳ ଅଟଳ ମହାମେରୁ ତୁମେ

ପରବତ ହେ ଭୂଧର

ଧୀରତା ସ୍ଥିରତାଗୁଣ ମହାନତା

ବିରାଜେ ଏ ଜଗତର।


ଅଦ୍ରିସମ ଧୈର୍ଯ୍ୟ କରିବି ଧାରଣ

ବୋଲି ଅଛି ଜନ ଶ୍ରୁତି

ତୁମ ଦେହୁ ଉତପନ୍ନ ଯେ ଝରଣା

ଜନେ ତୋଷେ ନିତି ନିତି।


କାୟ। ତୁମ ଶୋଭେ ଶ୍ୟାମ ତରୁ ତୃଣେ

କିଦେବା ଉପମା ତା'ର

ବରଷାଗମନେ ତରୁ ତୁମ ତନେ

ବଢି ଆନନ୍ଦ ଅପାର।


ପ୍ରକୃତି ପ୍ରେମୀର ପ୍ରେରଣା ହେ ଗିରି!

ହୁଏ ଯେବେ ବର୍ଷା କାଳ

ଅମ୍ବୁଦ ଖଣ୍ଡ ଯେ ନାନା ଚିତ୍ର ପ୍ରାୟ

ଦିଶନ୍ତି ତୋରା ହେ ଶୈଳ।


ଧରଣୀ ରାଣୀର ଶୋଭା ଦ୍ୱିଗୁଣିତ

କରିଥାଏ ତୁମ ଅଙ୍ଗ

ଚିତ୍ରକର ଦୃଶ୍ୟ ଆଙ୍କୁଥିବା ବେଳେ

ଦିଶ ତୁମେ ନାନା ରଙ୍ଗ।


ତୁମରି ଶିଖର ଆନନ୍ଦ ଦାୟକ

ଯେ ଜନ ପାରିଛି ଚଢି

କେତେ ମଜା ଲାଗେ ତୁମଠୁ ତଳକୁ

ଦେଖିଲେ ହେ ବନ୍ଧୁ ଗିରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ