Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chhabi rani Pati

Others

3  

Chhabi rani Pati

Others

ପାଗଳ ପ୍ରେମିକ

ପାଗଳ ପ୍ରେମିକ

1 min
404


ମୌସୁମୀ ଗୋ' ! ତୁମ ପ୍ରେମରେ ପାଗଳ

ଏଠି ବୁଢା ହେଉ କିବା ନାତି

ଦିନରେ ଦେଖନ୍ତି ସୂର୍ଯ୍ୟ,ଚନ୍ଦ୍ର,ତାରା

ତୁମ ଅଭିସାରେ ଯାଆନ୍ତି ମାତି ।।


ସୂର୍ଯ୍ୟଦେବଙ୍କର ପ୍ରଚଣ୍ଡ ରୌଦ୍ରରେ

ମୋ ଯୌବନ ଝାଉଁଳି ମରେ !

ତୁମ ସିତଳତାର ଅମ୍ଳାନ ସ୍ପର୍ଶରେ

ମୁଁ ସବୁଜ ସମ୍ଭାର ଭରେ ।।


ସେ ପ୍ରେମ ମନ୍ତ୍ରରେ ଅଭିମନ୍ତ୍ରିତ ମୁଁ

ତୁମ ପ୍ରତିକ୍ଷାର ଅନ୍ତ କାହିଁ ?

ରୁଦ୍ଧିମନ୍ତ ପରା ସାରା ଜଗତ

ପାଲଟେ ମଶାଣୀ ଭୂଇଁ ।।


ପ୍ରତିବର୍ଷ ଏତେ ବିଳମ୍ବରେ ଆସି

ଅପସରି ଯାଅ, କି ଅଭିମାନେ ?

ଯାଯାବର ପରି ଠିକଣା ହଜେଇ

ଖୋଜୁଥାଏ ମରୁ ଉଦ୍ୟାନେ ।।


କେରଳ ମାଟିକୁ ନଛୁଆଁ ପଛକେ

ମୋ'ପାଖେ ଲମ୍ପଦେଇ ପଶିଆସ,

ଫୋନିର ଆତଙ୍କେ ଜରାଜୀର୍ଣ୍ଣ ମୁହିଁ

ଖୋଜେ ଟିକେ ତୁମ, ପ୍ରେମ ପରଶ ।।



Rate this content
Log in