STORYMIRROR

Chhabi rani Pati

Others

3  

Chhabi rani Pati

Others

ପାଗଳ ପ୍ରେମିକ

ପାଗଳ ପ୍ରେମିକ

1 min
413

ମୌସୁମୀ ଗୋ' ! ତୁମ ପ୍ରେମରେ ପାଗଳ

ଏଠି ବୁଢା ହେଉ କିବା ନାତି

ଦିନରେ ଦେଖନ୍ତି ସୂର୍ଯ୍ୟ,ଚନ୍ଦ୍ର,ତାରା

ତୁମ ଅଭିସାରେ ଯାଆନ୍ତି ମାତି ।।


ସୂର୍ଯ୍ୟଦେବଙ୍କର ପ୍ରଚଣ୍ଡ ରୌଦ୍ରରେ

ମୋ ଯୌବନ ଝାଉଁଳି ମରେ !

ତୁମ ସିତଳତାର ଅମ୍ଳାନ ସ୍ପର୍ଶରେ

ମୁଁ ସବୁଜ ସମ୍ଭାର ଭରେ ।।


ସେ ପ୍ରେମ ମନ୍ତ୍ରରେ ଅଭିମନ୍ତ୍ରିତ ମୁଁ

ତୁମ ପ୍ରତିକ୍ଷାର ଅନ୍ତ କାହିଁ ?

ରୁଦ୍ଧିମନ୍ତ ପରା ସାରା ଜଗତ

ପାଲଟେ ମଶାଣୀ ଭୂଇଁ ।।


ପ୍ରତିବର୍ଷ ଏତେ ବିଳମ୍ବରେ ଆସି

ଅପସରି ଯାଅ, କି ଅଭିମାନେ ?

ଯାଯାବର ପରି ଠିକଣା ହଜେଇ

ଖୋଜୁଥାଏ ମରୁ ଉଦ୍ୟାନେ ।।


କେରଳ ମାଟିକୁ ନଛୁଆଁ ପଛକେ

ମୋ'ପାଖେ ଲମ୍ପଦେଇ ପଶିଆସ,

ଫୋନିର ଆତଙ୍କେ ଜରାଜୀର୍ଣ୍ଣ ମୁହିଁ

ଖୋଜେ ଟିକେ ତୁମ, ପ୍ରେମ ପରଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍