Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Others

2  

Prasanna Kumar Madala

Others

ପାଗଳ ମଦନ

ପାଗଳ ମଦନ

1 min
6.6K


ପାଗଳ ମଦନେ ପ୍ରଳୟ କି ହେଲା 

ନିଥର ହରଷ ଆଶେ

ଅନଳ ସଦନେ ମଳୟ କି ଦେଲା

ଶୀତର ପରଶ ପାଶେ ,

ଡହଡହ ତାପ ଝାସେ

ଚନ୍ଦନ ବନ କି ଜ୍ଵାଳା ହରି ନେଲା

ମହମହ ହୋଇ ବାସେ ।

ବନ୍ଧୁର ଗୋଚର ପଥେ ମୋ ଚରଣ

କ୍ଷଣେ ଗଲା ଅଧା ରହି

ବନ୍ଧୁର ଗୋଚର ମତେ ଗୋ ବରଣ

ଜଣେ କଲା ଶ୍ରଦ୍ଧା ବହି 

ପ୍ରାଣ ମୋର ଦେଲା ଦହି

ଭାବରେ ପଶିଲା ମୋଠାରେ ଶରଣ

ମନେ ଭଲ ପାଏ କହି ।

ବିହିତ ବିଶ୍ଵାସେ ଯିଏ ଧରି ମୋର

ପ୍ରୀତି ଅଙ୍ଗେ ନିଆଁ ଢାଳେ

ନିହିତ ନିଶ୍ଵାସେ ସିଏ କରି ଜୋର

ନିତି ରଙ୍ଗେ ହିୟା ଜାଳେ

ଦୀପକ ଲିଭିବା କାଳେ

ପାଦତଳେ ଲୋଟି ଅବସନ୍ନ ଘୋର

ମତି ସିନା ଏବେ ଟାଳେ ।

ପ୍ରସନ୍ନ କୁମାର ମାଦଳା


Rate this content
Log in