STORYMIRROR

Pinku Ranbida

Others

3  

Pinku Ranbida

Others

ପାଦର ପାଉଁଜି

ପାଦର ପାଉଁଜି

1 min
241

ପହେଲା କରି ଚାଲି ସିଖ୍'ଲି

ମାଆ,ବାପାର୍ ହାତ୍ ଧରି,

ଛମ୍ ଛମ୍ ମୋର୍ ପାଦର୍ ପାଉଁଜି

ତାକର୍ ମୁହେଁ ଦେଇଥିଲା ହସି ଭରି ।


କୁନି କୁନି ପାଦେ ମୋର୍

ଛମ୍ ଛମ୍ କରୁଥିଲା ପାଦର୍ ପାଉଁଜି,

କେତେ ଉସତ୍ ଲାଗୁଥିଲା

ସୁନ୍ଦିରୀ ହେଇକରି ସାଜି ।


ଛୁଆ ନୁ ବଡ୍ ହେଇଗଲି

କିଛି ନାଇଁ ପାର୍'ଲି ଜାନି,

ମୋର୍ ସବୁ ଅଲି ,ଅଝଟ୍ ସହି

ସବୁ ଦେଉଥିଲେ ଆନି ।


ଛମ୍ ଛମ୍ ମୋର୍ ପାଦର୍ ପାଉଁଜି

କରିଦେଲା ମତେ କାଲ,

ମୋର୍ ଉଛୁଲା ବୟସ ଟା

କରି ଦେଉଛେ ମତେ କଲବଲ ।


ସେ ପାଦର୍ ପାଉଁଜି ଆଜି

କରିଦେଲା ସାତ ପର,

ଜାହାକେ ନାଇଁ ଚିହ୍ନି କେଭେ

ସେ କରି ନେଲା ମତେ ନିଜର୍ ।


ମାଆ,ବାପା ଆଜି କାନ୍ଦୁଛନ୍

ପାଦର୍ ପାଉଁଜି ସୁଣି,

ବିହା ହେଇକରି ସାଜିଛେ

ଆଉଁ କାହାର୍ ଘରଣୀ । 



Rate this content
Log in