STORYMIRROR

Sudhanjali Mishra

Others

3  

Sudhanjali Mishra

Others

ପାଦଚିହ୍ନ

ପାଦଚିହ୍ନ

1 min
11.7K

ଜୀବନ ଓ ଯାତ୍ରା ସୁଗମ ନୁହଁଇ

ସଦା କଣ୍ଟକିତ ପଥୁରିଳ

ପଡି ଉଠି ଝୁଣ୍ଟି ଚାଲିବାକୁ ହୁଏ

ନିତ୍ୟ ଅଗମ୍ୟ ଗନ୍ତବ୍ୟ ସ୍ଥଳ ।।୧।।


ତଥାପି ଜୀବନ ସମସ୍ୟା ବହୁଳ

ମନୁଷ୍ୟ ବିତାଏ ସୁଖେ ଦୁଃଖେ

ଖାଲ ଖମା ଯୁକ୍ତ ପଥରେ ପଥିକ

ଚଳ ସଦା ନହୋଇ ବିମୁଖେ ।।୨।।


ଦୁଃଖ ଓ ବିପଦ କଷଟି ପଥର

ସ୍ମାରକୀ ସାର୍ଥକ ଜୀବନର

ଧୈର୍ଯ୍ୟ ସହ ଯାତ୍ରା କରିଲେ ଜୀବନେ

ମିଳିବ ମାର୍ଗ ମୁକ୍ତି ପଥର ।।୩।।


ନ ଲଭିବ ଆଉ ତୁମେ ପୁନର୍ଜନ୍ମ

ରହିଥିବ ତୁମ ପାଦଚିହ୍ନ

ତୁମରି ଦାୟାଦ ପଦାନୁସରଣ

କରି ଆଣିବେ ଦେଶେ ସୁନାମ ।।୪।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍