Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswaranjan Mohanty

Others

3  

Biswaranjan Mohanty

Others

ପାଦ

ପାଦ

1 min
207



ନିତି ଅଶ୍ରୁଜଳେ ଯା ପାଦ ଧୁଏ, 

ତାହା ପରି ଦୁଃଖ ବୁଝିବ କିଏ l 


ବିପଦରେ ଯିଏ ସାହାଯ୍ୟ ହୁଏ, 

ନିରବେ ନିର୍ଦ୍ଦେଶ ଉପରୁ ଦିଏ l  


ଅଲକ୍ଷ୍ୟରେ ରହି ଯେ କଥା କହେ 

ନିତି ଅଶ୍ରୁ.......... ଯା ପାଦ ଧୁଏ


ଏ ପାପ ନୟନେ ଦେଖି ନ ହୁଏ 

ଦୁଃଖ, କ୍ଳେଶ, ଚିନ୍ତା ସେ ହରିନିଏ l 


ଯାକୁ  ସବୁଦିନେ ମୁଁ ଝୁରୁଥାଏ, 

ସେହି ପାଦ ତଳେ ମୁଁ ବିକ୍ରି ହୁଏ l 


ନିତି ଅଶ୍ରୁ ..... ଯା ପାଦ ଧୁଏ, 

ସେହି ପାଦପଦ୍ମେ ଆଶ୍ରୟ ନିଏ 


ଭଵ ସାଗରରୁ ତାରିବ ସିଏ l 

ତାହା ବିନା ପ୍ରାଣ ଅଥୟ ହୁଏ l 


ନିତି ଗୁଣଗାନ ମୁଁ କରୁଥାଏ l 

ସେହି ପାଦ ନିତି ଅଶ୍ରୁରେ ଧୁଏ 


ତାହାପରି ଦୁଃଖ ବୁଝିବ କିଏ l 

ନିତି ଅଶ୍ରୁ .... ଯା ପାଦ ଧୁଏ l 


  


Rate this content
Log in