STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପାଦ

ପାଦ

1 min
199


ଏହି ପାଦ ଦିନେ  କହିଥିଲା ମୋତେ

କାହିଁ ଯାଉ ନାହୁଁ  ଧର୍ମ କ୍ଷେତ୍ରେ ତୀର୍ଥେ ।।


କି କରିବି ନାହିଁ ଧନ   ଶୁଣ ପାଦ ମୋ ବଚନ

କିମ୍ପା ଯିବି  ଧର୍ମ ତୀର୍ଥ କ୍ଷେତ୍ର

ସ୍ୱର୍ଗ ମୋ ଜନମ ଭୂଇଁ  ଜନ୍ମିଛି ଯେ ମାଟି ଛୁଇଁ

ସେହି ମୋର  ଗତି ମୁକ୍ତି ପଥ ।।


କୁନି କୁନି ପାଦେ ମୁହିଁ  ତା ଛାତିରେ ପାଦ ଦେଇ 

କରିଅଛି  ଅନେକ ଉତ୍ପାତ

ସହିଛି ମୋହର ଯେତେ   ଅଳି ଅରଦଳି କେତେ

ସେ ମାଆ ମାଟି  ଅତୀବ ପବିତ୍ର ।।


ପାଦ ସହିଅଛି ଶରୀରର ଭାର

ପାଦରେ ମଣିଷ ବୁଲେ ଏ ସଂସାର ।।


ପାଦକୁ ଆଶ୍ରୟ କରି  ଲଂଘି ପାରେ ବନ ଗିରି

ଖଞ୍ଜ ଅଟେ  ବସ୍ତୁବତ୍ ପ୍ରାଣୀ

ଚଳତଶକ୍ତି ବିହୀନ  ଜୀବନ ତ ଅକାରଣ

ପାଦ ବିନା  ଗତି‌ମୁକ୍ତି କାହିଁ ।।


ବିଶ୍ଵ ପୁରୁଷ ଯୁଗଳ  ବିମଳ ପଦ କମଳ

ସେବା ବିନୁ ଅନ୍ୟ ପନ୍ଥା ନାହିଁ

ରାଧା ରାଣୀଙ୍କର ପଦ  ଦରଶନ କରି ଭକ୍ତ

ପାରି ଭବ ସାଗରୁ ହୁଅଇ ।।


ମାତା ପିତା ଗୁରୁ  ପଦାର ବିନ୍ଦର

ରେଣୁ ଚନ୍ଦନ ମୋ  ତିଳକ ମଥାର ।।


ମାର୍ଗଶିର ଗୁରୁ-   -ବାର ଲକ୍ଷ୍ମୀଙ୍କର

ପଦ ଚିହ୍ନ  ଝୋଟି କି ସୁନ୍ଦର

ବାମନ-ବତାରେ  ତାଙ୍କ ପାଦ ତଳେ

ପାତି ଦେଲା  ବଳି ମଥା ତାର ।।


ରାଧା କୃଷ୍ଣଙ୍କର   ଯୁଗଳ ପୟର

ତଳେ ସର୍ବ ଭକ୍ତ, “ଗୋପାଙ୍ଗନା

ମନ” ନେଇ ଗଲେ  ଶରଣ ଦିଅନ୍ତି

ଉଡାନ୍ତି ପତିତପାବନ ବାନା ।।






















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍